୧୧ ରୁ ରାଜ୍ୟରେ ବଢ଼ିବ ଗରମ

ଭୁବନେଶ୍ୱର:  ଆସନ୍ତା ୧୧ ତାରିଖରୁ ରାଜ୍ୟରେ ଗରମ ବଢ଼ିବ । କେତେକ ସ୍ଥାନରେ ୧୧ କିମ୍ବା ୧୨ ତାରିଖବେଳକୁ ଦିନ ତାପମାତ୍ରା ୩୮-୩୯ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ । ତେବେ ବୁଧବାର ୬ ତାରିଖ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ୭ରେ ଉତ୍ତର ଉପକୂଳ ସହ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ପୁରୀ, ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ଅଛି । ୮ରେ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳରେ ହାଲୁକା ବର୍ଷା ହୋଇପାରେ । ୯ରୁ ପାଗ ଶୁଖିଲା ରହିବ । ଆସନ୍ତା ୩-୪ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।
ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ ତାରିଖ ଯାଏ ତାପମାତ୍ରା ଧୀରେଧୀରେ ବଢ଼ିବ । ଦକ୍ଷିଣ ଆଭ୍ୟନ୍ତରୀଣରେ ୧୧ କିମ୍ବା ୧୨ ତାରିଖରେ ଗରମ ରହିବ, ଯାହାକି ପରବର୍ତ୍ତୀ ୫ ଦିନ ଯାଏ ଚାଲୁ ରହିପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ମାଲକାନଗିରି, ଗୁଣୁପୁର, ପାରଳାଖେମୁଣ୍ଡି ଆଦି ସ୍ଥାନରେ ତାପମାତ୍ରା ୩୮ରୁ ୩୯ ଡିଗ୍ରୀ ରହିପାରେ । ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା କମ୍‌ ବଢ଼ିବ । କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ମଧ୍ୟମ ଧରଣର ବଢ଼ିପାରେ । ୭ରୁ ୯ ତାରିଖ ଭିତରେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ପୁରୀ, ଖୋର୍ଦ୍ଧାରେ କିଛି କିଛି ବର୍ଷା ହୋଇପାରେ । ତାପମାତ୍ରା ବଢ଼ିବାର ଆଶଙ୍କା ଥିବାରୁ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ ନେବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ପ୍ରକୋପ ଅଧିକ ରହିଛି ।

Related Articles

Leave a Reply

Your email address will not be published.

Back to top button