ପିଡ଼ିଏ ଅଧ୍ୟକ୍ଷ ହେଲେ ପ୍ରମୋଦ

ଭୁବନେଶ୍ୱର : ବିଜେଡ଼ିର ଟାଣୁଆ ଯୁବ ନେତା ଇଂ ପ୍ରମୋଦ କିଶୋର ଜେନାଙ୍କୁ ପାରାଦୀପ ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ମର୍ମରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜୁ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି  । ଯାହାକୁ ନେଇ ପାରାଦୀପ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ପ୍ରମୋଦଙ୍କୁ  ବିଜେଡ଼ିର ବହୁ ବରିଷ୍ଠ ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି  । ଦୀର୍ଘଦିନ ଧରି ସେ ବିଜେଡ଼ି ସଂଗଠନ ସହ ଜଡ଼ିତ ଥିଲେ । ଜଣେ ଦୃଢ଼ ସଂଗଠକ ଭାବେ ତାଙ୍କର ସୁନାମ ରହିଛି । ସମ୍ପ୍ରତି ସେ ରାଜ୍ୟ ବିଜେଡ଼ିର ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି  । ନିଯୁକ୍ତି ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି  ।

Related Articles

Leave a Reply

Your email address will not be published.

Back to top button