ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥିବା ବେଳେ ମାର୍ଚ୍ଚ ମାସରେ ଅନେକ ଦିନ ବ୍ୟାଙ୍କ ଛୁଟି ରହିବି।
ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା  ଅନେକ ପର୍ବର ଛୁଟି ବ୍ୟତୀତ ଏଥିରେ ଶନିବାର ଏବଂ ରବିବାରର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ କରାଯାିଛି। ଯଦି କୌଣସି କାର୍ଯ୍ୟ ନେଇ ମାର୍ଚ୍ଚ ମାସରେ ବ୍ୟଙ୍କ ଯିବାକୁ ପଡ଼ୁଛି ତେବେ ତେବେ ଏହା ପୂର୍ବରୁ  ଛୁଟିଦିନ  କେବେକେବେ ରହୁଛି ଜାଣନ୍ତୁ।
ଆରବିଆଇର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ ବ୍ୟାଙ୍କଗୁଡିକ ୧୪ ଦିନ ପାଇଁ ବନ୍ଦ ରହିବ।
ମାର୍ଚ୍ଚ ୧: ଚାପଚର କୁଟ (ମିଜୋରାମ)
ମାର୍ଚ୍ଚ ୮: ମହାଶିବରାତ୍ରୀ ( ଓଡ଼ିଶା, ତ୍ରିପୁରା, ମିଜୋରାମ, ତାମିଲନାଡୁ, ସିକିିମ, ଆସାମ, ମଣିପୁର, ଇଟାନଗର, ରାଜସ୍ଥାନ, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ଗୋଆ, ବିହାର, ମେଘାଳୟ ବ୍ୟତୀତ ଅନେକ ରାଜ୍ୟରେ ।
ମାର୍ଚ୍ଚ ୨୫: ହୋଲି (କର୍ଣ୍ଣାଟକ, ତାମିଲନାଡୁ, ମଣିପୁର, କେରଳ, ନାଗାଲାଣ୍ଡ, ବିହାର, ଶ୍ରୀନଗର ବ୍ୟତୀତ ଅନେକ ରାଜ୍ୟରେ।
ମାର୍ଚ୍ଚ ୨୯: ଗୁଡ୍‌ ଫ୍ରାଇଡେ (ତ୍ରିପୁରା, ଆସାମ, ରାଜସ୍ଥାନ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ବ୍ୟତୀତ)
ମାର୍ଚ୍ଚ ୨୨: ବିହାର ଦିବସ (ବିହାର)
ମାର୍ଚ୍ଚ ୨୬:  ହୋଲି (ଓଡିଶା, ମଣିପୁର, ବିହାର)
ମାର୍ଚ୍ଚ ୨୭: ହୋଲି (ବିହାର)
ପ୍ରତ୍ୟେକ ଦ୍ୱିତୀୟ ଶନିବାର (ମାର୍ଚ୍ଚ ୯)
ପ୍ରତ୍ୟେକ ଚତୁର୍ଥ ଶନିବାର (ମାର୍ଚ୍ଚ ୨୩)
ରବିବାର: ମାର୍ଚ୍ଚ ୩, ୧୦, ୧୭, ୨୪, ୩୧

Related Articles

Leave a Reply

Your email address will not be published.

Back to top button