ନବୀନଙ୍କ ଉପସ୍ଥିତିରେ ଏମ୍‌ଓୟୁ ସ୍ବାକ୍ଷରିତ: ଓଡିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କଲ୍ୟାଣୀ ଷ୍ଟିଲ୍ ସହ ଏମ୍‌ଓୟୁ । ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଓ କଲ୍ୟାଣୀ ଷ୍ଟିଲ୍ ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳ ଗଜମରାରେ ହେବ ପ୍ରକଳ୍ପ । ୧୧ ଶହ ଏକର ଜମି ଚିହ୍ନଟ ହୋଇଛି ।ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ । ରାଜ୍ୟରେ ସ୍ଥାପନ ହେବ ପ୍ରଥମ ଟିଟାନିୟମ ଓ ଏରୋସ୍ପେସ୍ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍ । ଏଥିଲାଗି ଶୁକ୍ରବାର ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ବାକ୍ଷରିତ କରିଛି କଲ୍ୟାଣୀ ଷ୍ଟିଲ୍ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳ ଜିଲ୍ଲା ଗଜମରାରେ ଏହି ସମନ୍ୱିତ ପ୍ରକଳ୍ପ ହେବ । ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି । ଆସନ୍ତା ସେପ୍ଟେମ୍ବରରୁ ପ୍ରକଳ୍ପ କାମ ଆରମ୍ଭ ହେବ । ୨୪ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ । ଦୁଇଟି ପର୍ୟ୍ୟାୟରେ ପୁଞ୍ଜିନିବେଶ ହେବ । ପ୍ରଥମ ପର୍ୟ୍ୟାୟରେ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହାଦ୍ୱାରା ୧୦ ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

Related Articles

Leave a Reply

Your email address will not be published.

Back to top button