ମୃତ ଚାଷୀଙ୍କ ପରିବାରକୁ ମିଳିବ ୧କୋଟି

ନୂଆଦିଲ୍ଲୀ: ପଞ୍ଜାବ-ହରିୟାଣା ସୀମାରେ କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ଯୁବ କୃଷକ ଶୁଭକରନ ସିଂହଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ମୃତ ଚାଷୀଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ତାଙ୍କ ସାନ ଭଉଣୀଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ସାମାଜିକ ଗଣମାଧ୍ୟମ ଜରିଆରେ ମାନ୍ କହିଛନ୍ତି ଯେ, ‘‘ପଞ୍ଜାବ ସରକାର ମୃତ କୃଷକ ଶୁଭକରନଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଶୁଭକରନଙ୍କ ସାନ ଭଉଣୀଙ୍କୁ ପଞ୍ଜାବ ସରକାର ଚାକିରି ଦେବା ସହ ଅପରାଧୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’ ସୂଚନାଯୋଗ୍ୟ, ପଞ୍ଜାବ-ହରିୟାଣା ସୀମାରେ ଗତ ୧୦ଦିନ ଧରି ଏମଏସପି ତଥା ଅନ୍ୟାନ୍ୟ ଦାବି ଉପରେ କୃଷକମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ଏହି ଆନ୍ଦୋଳନ ସମୟରେ ଶୁଭକରନଙ୍କ ମୃତ୍ୟୁ ଘଟିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button