ପୁଲିସ-ମାଓବାଦୀ ଗୁଳିବିନିମୟ

ଭୁବନେଶ୍ବର: ପାଇକମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ରଞ୍ଜିତପୁର ଗାଁ ନିକଟରେ କମ୍ବିଂ ଅପରେସନ ଜୋରଦାର ଚାଲିଥିବା ସୂଚନା ମିଳିଛି । ପାଇକମାଳ ଥାନା ଗନ୍ଧମାର୍ଦନ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । ଘଟଣାସ୍ଥଳକୁ ଯାଉଛନ୍ତି ଉତ୍ତରାଞ୍ଚଳ ଆଇଜି । ଏହି ଅଞ୍ଚଳରେ ବହୁଦିନ ପରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଦୀର୍ଘ ଦିନ ହେବ ପଦ୍ମପୁର ପାଇକମାଲ ଅଞ୍ଚଳରେ ମାଓବାଦୀମାନେ ରହିଥିବା ନେଇ କୌଣସି ସୂଚନା ନଥିଲା । ହେଲେ ଶୁକ୍ରବାର ସକାଳୁ ମାଓବାଦୀଙ୍କ ଅବସ୍ଥିତି ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଅନ୍ୟପକ୍ଷରେ ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ଘଟିଛି ଏହି ହିଂସାକାଣ୍ଡ । ମୃତକ ମାନେ ହେଲେ ପାମେଡ ଥାନା ଅନ୍ତର୍ଗତ କାୟର ଦୁଲେଡ ଗ୍ରାମର ସୋଡି ହୁଙ୍ଗା ଓ ମାଡବି ନନ୍ଦା । ନକ୍ସଲ ପନ୍ଥିଙ୍କ ପାମେଡ ଏରିଆ କମିଟି ଏହି ହତ୍ୟା କାଣ୍ଡ ଘଟାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି ।

Related Articles

Leave a Reply

Your email address will not be published.

Back to top button