ଆଜିଠାରୁ ଯୋରନ୍ଦା ମେଳା

ଭୁବନେଶ୍ବର:  ଆଜିଠାରୁ ଯୋରନ୍ଦା ମେଳା ଆରମ୍ଭ । ଚଳଚଞ୍ଚଳ ହୋଇଉଠିଛି ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦୀ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀମାନେ ମଧ୍ୟ ମେଳାରେ ସାମିଲ ହେବେ । ସେପଟେ ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରସ୍ତୁତି ସରିଛି । ମହିମା ପରମ୍ପରା ମୁତାବକ ବ୍ରାହ୍ମ ମୁହୂର୍ତ୍ତରୁ ମହିମା ସନ୍ୟାସୀ ମାନେ ନୀତିକାନ୍ତି ଆରମ୍ଭ କରିଦେଇଛନ୍ତି। ଏହି ପୀଠରେ ସାରା ଭାରତ ବର୍ଷର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହେବ। ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମାହିମା ସାଧୁ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧ୍ୱନୀ ଜାଳିବେ ମହିମାସାଧୁ । ଏହି ଅବସରରେ ସନ୍ଧ୍ୟା ପରେ ମୁଖ୍ୟ ଗାଦୀ ମନ୍ଦିର ଚାରିଦ୍ୱାରରେ ସାରାବିଶ୍ୱର କଲ୍ୟାଣ ନିମନ୍ତେ ବିଶାଳକାୟ ଝ।ଡବତୀ ଜାଳିବେ ।

Related Articles

Leave a Reply

Your email address will not be published.

Back to top button