ଦୁଇବର୍ଷ ପରେ ଆମେଠିରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଦୁଇବର୍ଷ ପରେ ଆମେଠିରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ୨୦୧୯ ଲୋକସଭା ନିର୍ବାଚନରେ ସେ ଏଠାରୁ ନିର୍ବାଚନ ହାରିଥିଲେ। ଏଠାରେ ତାଙ୍କୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଆଗରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୱାୟନାଡ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସୋମବାର (୧୯ ଫେବୃଆରୀ ୨୦୨୪) ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ରହିଛି। ନ୍ୟାୟ ଯାତ୍ରା ଆଜି ଅପରାହ୍ନ ୪ଟାରେ ଆମେଠିରେ ପହଞ୍ଚିବ। ଦୁଇବର୍ଷ ପରେ ଆମେଠିରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ୨୦୧୯ରେ ସେ ଏଠାରୁ ଲୋକସଭା ନିର୍ବାଚନ ହାରିଥିଲେ। ତେବେ ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ରାହୁଲ ପ୍ରଚାର ପାଇଁ ଆମେଠିରେ ପହଞ୍ଚିଥିଲେ। ଏହା ପୂର୍ବରୁ ପ୍ରତାପଗଡ଼ରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ। ସେ ଦାବି କରିଛନ୍ତି ଯେ ନିକଟରେ ସେ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇଥିବାବେଳେ ପୋଲିସ ଦ୍ୱାରା ସମସ୍ତ ମୋବାଇଲ ଫୋନ ଛଡ଼ାଇ ନିଆଯାଇଥିଲା। ଶିବ ମନ୍ଦିର ଭିତରେ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ବିଜେପି ଚାହୁଁନାହିଁ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଆଜି ଆମେଠିର ବାବୁଗଞ୍ଜରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ରାହୁଲ ଗାନ୍ଧି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନେଇ ଆମେଠିରେ ପହଞ୍ଚିଥିବାବେଳେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆମେଥିରେ ଉପସ୍ଥିତ ରହିବେ। ଇରାନୀ ଫେବ୍ରୁଆରି ୧୯ରୁ ୪ ଦିନିଆ ଆମେଥି ଗସ୍ତରେ ଯିବେ।

Related Articles

Leave a Reply

Your email address will not be published.

Back to top button