ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲ୍ଲାରେ ଭୂସ୍ଖଳନ ହେତୁ ପ୍ରାୟ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା ଜାନ ଏହି ଘଟଣା ସମ୍ପର୍କରେ ଦେଇ କହିଛନ୍ତି ଯେ, ପ୍ରବଳ ବର୍ଷା ହେତୁ ନୁରଗାରାମ ଜିଲ୍ଲାର ନକରାହ ଗ୍ରାମରେ ଅପାହାଡ ଧସିଯାଇଛି। ଏହା ଯୋଗୁଁ ଜନସାଧାରଣଙ୍କ ବ୍ୟାପକ ଧନହାନି ହୋଇଛି। ପ୍ରାୟ ୧୫ ରୁ ୨୦ ଘର ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛି।

Related Articles

Leave a Reply

Your email address will not be published.

Back to top button