ମୋତେ ଦବେଇବା ପାଇଁ ବିରୋଧୀଙ୍କ ଷଡଯନ୍ତ୍ର :ସାଲୁଜା

ଭୁବନେଶ୍ବର : ପୋଷ୍ଟରରେ ହତ୍ୟା ଧମକ ନେଇ ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି, ହତ୍ୟା ଧମକ କଥା ଟିଭି ଦେଖି ଜାଣିଲି । ଆଗରୁ ରାଜ୍ୟରେ ମନ୍ତ୍ରୀ ସୁରକ୍ଷିତ ନ ଥିଲେ । ଏବେ ବିଧାୟକ ସୁରକ୍ଷିତ ନାହାନ୍ତି । ନିର୍ବାଚନ ପୂର୍ବରୁ ମୋତେ ଦବେଇବା ପାଇଁ ବିରୋଧୀଙ୍କ ଷଡଯନ୍ତ୍ର । ଏସପିଙ୍କ ସହ କଥା ହୋଇଛି । ଡିଜି, ଗୃହ ସଚିବଙ୍କୁ ଜଣାଇବି।ମୁଁ ଡରିବା ଲୋକ ନୁହେଁ ।  କଣ୍ଟାବାଞ୍ଜି ସହର ଭିତରେ ଦୁଇଟି ସ୍ଥାନରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା  ପାଇଁ ବ୍ୟାନର ଲାଗିଥିବା ଦେଖା ଦେଇଥିଲା । ଏହାପରେ ପୋଲିସ ସେହି ବ୍ୟାନରକୁ ଜବତ କରି ତଦନ୍ତ ମଧ୍ୟ ଆରମ୍ଭ କରିଦେଇଛି । କିଏ ଏବଂ କାହିଁକି ଏହି ବ୍ୟାନର ଲାଗାଇଛି ତାର ପୋଲିସ ତଦନ୍ତ କରୁଛି । ଯେହେତୁ ତୁରେକେଲା କଣ୍ଟାବାଞ୍ଜି ମାଓପ୍ରବଣ ଅଞ୍ଚଳ ତେଣୁ ସେ ଦିଗ ଉପରେ ମଧ୍ୟରେ ତଦନ୍ତ ଜାରି ରହିଛି । ଏଥିରେ ଯିଏ ବି ସମ୍ପୃକ୍ତ ରହିବେ ତାଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button