ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ବାନ

ଭୁବନେଶ୍ବର: ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। । ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଚଳିତ ମାସ ୨୧ ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଯିବ । ଏପ୍ରିଲ  ୨୧  ତାରିଖରେ ଖୋଲାଯିବ ଟେଣ୍ଡର । ଇଡକୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ୩ ବର୍ଷ  ମଧ୍ୟରେ ପିପିପି ମୋଡରେ  ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ୟ୍ୟ ଶେଷ କରାଯିବ।  ୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର । ବିମାନ ଚଳାଚଳ ବିଭାଗର ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିସାରିଛନ୍ତି।

Related Articles

Leave a Reply

Your email address will not be published.

Back to top button