ପୁନମ ପାଣ୍ଡେ ଜୀବିତ

ନୂଆଦିଲ୍ଲୀ:  ମିଛ କହିଲେ ପୁନମ । ମଡେଲ ତଥା ପୁନମ ପାଣ୍ଡେ ଜୀବିତ ଅଛନ୍ତି । ସେ ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କରିଛନ୍ତି ।  ଗତକାଲି ତାଙ୍କର ମୃତୁ୍ୟ ହୋଇଥିବା ନେଇ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସୂଚନା ଦିଆଯାଇଥିଲା । ୩୨ ବର୍ଷ ବୟସରେ ତାଙ୍କର ସର୍ଭିକାଲ କ୍ୟାନସର ଯୋଗୁଁ ପରଲୋକ ହୋଇଥିବା ନେଇ ଗତକାଲି ଜାତୀୟ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଥିଲା ।  ତେବେ  ସର୍ଭିକାଲ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏପରି କରିଥିବା ପୁନମ କହିଛନ୍ତି ।  ଗତକାଲି ତାଙ୍କର ମୃତ୍ୟୁ ଖବର ନେଇ ଯେପରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଠିକ ସେମିତି ଆଜି ସେ ଜୀବିତ ଥିବା ଖବର ଆସିବା ପରେ ମଧ୍ୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ।  ଶୁକ୍ରବାର ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ସକାଳେ ଚାରିଆଡେ ବ୍ୟାପିଥିଲା । ତାଙ୍କ ମ୍ୟାନେଜର ଏନେଇ କନଫର୍ମ କରିଥିଲେ । ସର୍ଭାଇକାଲ କ୍ୟାନସରରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସେ ସ୍ପଷ୍ଟ କରିଥିଲେ । ହେଲେ ଏହା ପରେ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାର ବିଷୟରେ କୌଣ ଖବର ଆସିନଥିଲା ।ଫଳରେ ତାଙ୍କର ମୃତ୍ୟୁ ନେଇ ଜାରି ହୋଇଥିଲା ସସ୍‌ପେନ୍ସ । ଏମିତିକି ତାଙ୍କ ପରିବାର ସଦସ୍ୟଙ୍କ କୌଣସି ଚିହ୍ନ ବର୍ଣ୍ଣ ବି ନଥିଲା । ହେଲେ ନିଜେ ଇନଷ୍ଟାଗ୍ରାମରେ ଭିଡିଓ ଜାରି  ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏବେ ସେ ଜୀବିତ ଅଛନ୍ତି ବୋଲି ନିଜେ କନଫର୍ମ କରିଛନ୍ତି । ଇନଷ୍ଟାଗ୍ରାମରେ ପୁନମ ପାଣ୍ଡେ  କହିଛନ୍ତି, ‘ମୁଁ ଜୀବିତ ଅଛି। ମୁଁ ଗର୍ଭାଶୟ କର୍କଟରେ ମରି ନଥିଲି । ଦୁର୍ଭାଗ୍ୟବଶତ, ମୁଁ ହଜାର ହଜାର ମହିଳାଙ୍କ ପାଇଁ ଏହା କହିପାରିବି ନାହିଁ, ଯେଉଁମାନେ ଗର୍ଭାଶୟ କର୍କଟ ସହିତ ଯୁଦ୍ଧରେ ଜୀବନ ହରାଇଛନ୍ତି । ସେ କିଛି ଜାଣି ନ ଥିବାରୁ ସେ ଏ ବିଷୟରେ କିଛି କରିପାରିଲେ ନାହିଁ । ମୁଁ ଆପଣଙ୍କୁ ଏଠାରେ କହିବାକୁ ଚାହେଁ ଯେ ଅନ୍ୟ କୌଣସି କର୍କଟ ପରି, ଗର୍ଭାଶୟ କର୍କଟକୁ ପରାସ୍ତ କରିବା ସମ୍ଭବ ଅଟେ । କେବଳ ଆପଣଙ୍କୁ ପରୀକ୍ଷା ସମାପ୍ତ କରିବାକୁ ହେବ । ଏଚପିଭି  ଟିକା ନେବାକୁ ହେବ । ତେବେ ନିଜ ମୃତ୍ୟୁ ମିଛ ଖବର ପ୍ରକାଶ କରି ସେ ଲୋକଙ୍କ ଭାବନା ସହ ଖେଳୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Related Articles

Leave a Reply

Your email address will not be published.

Back to top button