ନୂଆ ସୂଚନା କମିଶନର ହେଲେ ଜଗନ୍ନାଥ ରଥ

ଭୁବନେଶ୍ବର: ଜଗନ୍ନାଥ ରଥ ହେଲେ ରାଜ୍ୟର ନୂଆ ସୂଚନା କମିଶନର । ଏ ନେଇ ରାଜ ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନଜୀବୀ ଭାବେ ତାଙ୍କର ୨୫ବର୍ଷର ଅଭିଜ୍ଞତା ରହିଛି। ସେ ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ ପୁଅ । ସେ ଅନେକ ବର୍ଷ ଧରି ଓଡିଶା ରାଜସ୍ୱ ବୋର୍ଡର ଆଇନ ପରାମର୍ଶଦାତା ଭାବରେ କାର୍ୟ୍ୟ କରିଆସୁଛନ୍ତି। ଏଥିସହ ଶ୍ରୀମନ୍ଦିରର ମଧ୍ୟ ଅବୈତନିକ ଆଇନ ପରାମର୍ଶଦାତା ଭାବେ ମଧ୍ୟ କାର୍ୟ୍ୟରତ ଅଛନ୍ତି।

Related Articles

Leave a Reply

Your email address will not be published.

Back to top button