୧୫ ରାଜ୍ୟରେ ୫୬ ଆସନ ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ:ଫେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନ । ଏନେଇ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଖାଲି ପଡିଥିବା ୫୬ଟି ସିଟ୍‌ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଖାଲି ପଡିଥିବା ୧୫ ରାଜ୍ୟର ୫୬ ସିଟ୍‌ ମଧ୍ୟରେ ଓଡିଶାର ତିନୋଟି ଆସନ ରହିଛି । ତେବେ ଦେଶର ମୋଟ ୧୫ଟି ରାଜ୍ୟରେ ୫୬ଟି ଆସନ ପାଇଁ ହେବ ନିର୍ବାଚନ । ଏଥିରେ ଉତ୍ତରପ୍ରଦେଶର ସର୍ବାଧିକ ୧୦ଟି ଆସନ ଖାଲି ରହିଥିବା ବେଳେ ବିହାରରେ ୬ଟି, ଆନ୍ଧ୍ରପ୍ରଦେଶରେ ୩ଟି, ଛତିଶଗଡ଼ରେ ଗୋଟିଏ, ଗୁଜୁରାଟରେ ୪ଟି, ହରିୟାଣା ଗୋଟିଏ, ହିମାଚଳ ପ୍ରଦେଶରେ ଗୋଟିଏ, କର୍ଣ୍ଣାଟକରେ ୪ଟି, ମଧ୍ୟପ୍ରଦେଶରେ ୫ଟି, ମହାରାଷ୍ଟ୍ରରେ ୬ଟି, ତେଲେଙ୍ଗାନାରେ ୩ଟି, ଉତ୍ତରଖଣ୍ଡରେ ଗୋଟିଏ, ପଶ୍ଚିମବଙ୍ଗରେ ୫ଟି, ଓଡିଶାରେ ୩ଟି, ରାଜସ୍ଥାନ ୩ଟି ରହିଛି । ଫେବୃଆରୀ ୨୭ ତାରିଖରେ ହେବାକୁ ଥିବା ନିର୍ବାଚନ ଲାଗି ଆସନ୍ତା ୮ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବୃଆରୀ ୧୫ ତାରିଖ ରହିଛି ନାମାଙ୍କନ ଦାଖଲ ଶେଷ ତାରିଖ । ଏହାପରେ ୧୬ ଯାଞ୍ଚ ଏବଂ ୨୦ ତାରିଖରେ ପ୍ରତ୍ୟାହର ଶେଷ ତାରିଖ । ଫେବୃଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ ଟା ପର୍ୟ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ମତଦାନ ପରେ ସେହିଦିନ ହିଁ ଗଣତି କରାଯିବ । ଏହାପରେ ରେଜଲ୍ଟ ପ୍ରକାଶ ପାଇବ ।

Related Articles

Leave a Reply

Your email address will not be published. Required fields are marked *

Back to top button