୧୦ରେ ମୋଦୀ ପୁଣି ଆସିବେ ଓଡ଼ିଶା

ଭୁବନେଶ୍ୱର:୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବିଶେଷ କରି ବିଜେପି ଏବେ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ଭରସା କରୁଥିବା ଦେଖିବାକୁ ମିଳୁଛି । ବହୁ କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତ କରି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ଦଳୀୟ ସଂଗଠନ ସଜାଡ଼ୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ତେବେ ୩ ତାରିଖ ପରେ ପ୍ରଧାନମନ୍ତ୍ରୀ ପୁଣି ଆସନ୍ତା ୧୦ ତାରିଖ ଦିନ ଓଡ଼ିଶା ଆସିପାରନ୍ତି । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଶ୍ରୀ ସାମଲଙ୍କ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ହେବାକୁ ଥିବା ବିଶାଳ ସମାବେଶରେ ଯୋଗଦେବେ । ଦେଶର ୨ଟି ସ୍ଥାନରେ ବଡ଼ ମହିଳା ସମାବେଶ ଆୟୋଜନଜ ହେବ। ମଧ୍ୟପ୍ରଦେଶ ଓ ଓଡ଼ିଶାରେ ମହିଳା ସମାବେଶ ଆୟୋଜନ ହେବ । ଭୁବନେଶ୍ୱରରେ ହେବାକୁ ଥିବା ମହିଳା ସମାବେଶରେ ୧୪ଟି ରାଜ୍ୟର ୨୫ ହଜାର ମହିଳା ଏକାଠି ହେବ ।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆସନ୍ତା ୩ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Related Articles

Leave a Reply

Your email address will not be published.

Back to top button