ସଡକ ଦୁର୍ଘଟଣାରେ ଚଳଚିତ୍ର ନିର୍ଦ୍ଦେଶକ ସୁଧାକାର ବସନ୍ତ ଗୁରୁତର, କାର ଭାଙ୍ଗି ଚୁରମାର

ଭୁବନେଶ୍ବର : ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ସୁଧାକାର ବସନ୍ତ କାର ଦୁର୍ଘଟଣାରେ ଗୁରୁତର ହୋଇ ପଡିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ କାର ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ସୁଧାକାରଙ୍କୁ କାର ଡୋର କାଟି ଭିତରୁ ବାହାର କରାଯାଇଥିଲା। ତାଙ୍କୁ ତୁରନ୍ତ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ଭଲ ନାହିଁ ବୋଲି ଜଣାପଡିଛି। ସେହିପରି ଡ୍ରାଇଭର ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ସେ ଟାଙ୍ଗିରୁ ଫେରୁଥିବା ବେଳେ ମଙ୍ଗୁଳି ଛକରେ ଏକ ଟ୍ରକ ପଛକୁ ତାଙ୍କ କାର ପିଟିଦେଲା। ଫଳରେ ଘଟଣା ସ୍ଥଳରେ ତାଙ୍କ କାର ଭାଙ୍ଗି ଚୁରମାର ହୋଇଯାଇଛି। ତେବେ କାର ଭିତରୁ ତାଙ୍କୁ ବାହାର କରିବା ସମ୍ଭବ ହୋଇ ନ ଥିଲା। ଟାଙ୍ଗି ଚୌଦ୍ବାର ଦମକଳ ବାହିନୀ ଆସିବା ପରେ କଟର ସାହାଯ୍ୟରେ କାରକୁ କାଟି ସୁଧାକରଙ୍କୁ ଭିତରୁ ବାହାର କରିଥିଲେ।

Related Articles

Leave a Reply

Your email address will not be published.

Back to top button