ରାଜ୍ୟପାଳ ପୋଲିସ ପଦକ: ୨୦ ମନୋନୀତ

ଭୁବନେଶ୍ୱର  : ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୋଲିସ ପଦକ ଘୋଷଣା । ଏଥିପାଇଁ ୭ଟି ବିଭାଗରେ ୨୦ ଜଣ ପୋଲିସ ଅଧିକାରୀଙ୍କୁ ମନୋନୀତ କରାଯାଇଛି । ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ଏହି ପୁରସ୍କାର ପ୍ରଦାନ କରାଯିବ । ଆଇଜି ପାହ୍ୟାର ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମଦଙ୍କୁ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । ସେହିପରି ଏସ୍‌ପି ପାହ୍ୟାରେ ଜଗମୋହନ ମିନା ଓ ମୁକେଶ ଭାମୋ ମନୋନୀତ ହୋଇଥିବା ବେଳେ ଡିଏସ୍‌ପି ପାହ୍ୟାରେ ଉଦୟଭାନୁ ମିଶ୍ର, ମାନସ ଗଡ଼ନାୟକଙ୍କୁ ପୋଲିସ ପଦକ ପାଇଁ ଚୟନ ହୋଇଛନ୍ତି । ସେହିଭଳି ଆଇଆଇସି ପାହ୍ୟାରେ ଅନିଲା ଆନନ୍ଦ, ସବ୍ୟସାଚୀ ମଲ୍ଲ ଓ ହେମାମାଳିନୀ ନାୟକ, ଦିଲ୍ଲୀପ ନାୟକ, ଯୁଗଳ ସ୍ୱାଇଁ, ସଞ୍ଜୟ ପଟ୍ଟନାୟକ, ବିକାଶ ପାତ୍ର, ପ୍ରଜାପତି ମହେର, ପ୍ରଶାନ୍ତ ବିଶ୍ୱାଳ, ରମେଶ ସାହୁ, ସନାତନ ସାହୁ, ନରେଶ ଚୌଧୁରୀ, ବିଶ୍ୱକର୍ମା ମୁଣ୍ଡା, କେଦାର ମିଶ୍ର ଆଦି ପୋଲିସ ପଦକ ମନୋନୀତ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button