ଆସାମରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ମାର୍ଚ୍ଚ ୨୦ ରେ ମୁମ୍ବାଇରେ ହେବ ଶେଷ

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡରୁ କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆସାମରେ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନିଆଯାଇଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୫ ଟି ରାଜ୍ୟର ୧୧୦ ଟି ଜିଲ୍ଲା ଦେଇ ଯିବ। ଏହି ଯାତ୍ରା ଶିବସାଗର ଜିଲ୍ଲାର ହଲୁୱାଟିଂ ଦେଇ ନାଗାଲାଣ୍ଡରୁ ଆସାମରେ ପହଞ୍ଚିଥିଲା। ରାହୁଲ ଗାନ୍ଧୀ ସକାଳେ ନାଗାଲାଣ୍ଡର ତୁଲିରୁ ବସ୍ ଯାତ୍ରା ଆରମ୍ଭ କରି ସକାଳ ପ୍ରାୟ ୯:୪୫ ରେ ଆସାମରେ ପହଞ୍ଚିଥିଲେ। ଗାନ୍ଧୀଙ୍କୁ ହଲୁୱାଟିଂରେ ଶତାଧିକ ଦଳର କର୍ମକର୍ତ୍ତା ସ୍ୱାଗତ କରିଥିଲେ ଏବଂ ତାଙ୍କର ଆଠ ଦିନିଆ ରାଜ୍ୟ ଗସ୍ତ ପାଇଁ ଜାତୀୟ ପତାକାକୁ ଆସାମ ୟୁନିଟର ନେତାମାନଙ୍କୁ ହସ୍ତାନ୍ତର କରାଯାଇଥିଲା। କଂଗ୍ରେସ ସାଂସଦଙ୍କ ନେତୃତ୍ୱରେ ୬,୭୧୩ କିଲୋମିଟର ଦୀର୍ଘ ଯାତ୍ରା ଜାନୁଆରୀ ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ। ଏହି ଯାତ୍ରା ଆସାମରେ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Related Articles

Leave a Reply

Your email address will not be published.

Back to top button