ମୋଦୀ ସରକାରଙ୍କ ନିଷ୍ପତ୍ତି: ଜାନୁୟାରୀ ୨୨ରେ ଅଧା ଦିନ ଛୁଟି ରହିବ ସରକାରୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କେନ୍ଦ୍ରରେ ମୋଦୀ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜାନୁଆରୀ ୨୨ ତାରିଖରେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ରହିବ। ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ସରକାର ତାଙ୍କ ଆଦେଶରେ କହିଛନ୍ତି ଯେ, ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁୟାରୀ ୨୨ ତାରିଖରେ ସମଗ୍ର ଭାରତରେ ପାଳନ କରାଯିବ। କର୍ମଚାରୀମାନଙ୍କୁ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନ ଜାନୁୟାରୀ ୨୨ ତାରିଖ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ଚାଲିବ।

Related Articles

Leave a Reply

Your email address will not be published.

Back to top button