କେବୁଲ୍ କାର୍ ଦିବସ

ପ୍ରତିବର୍ଷ ଜାନୁଆରୀ ୧୭ ରେ “କେବଲ୍ କାର୍ ଦିବସ” ପାଳନ କରାଯାଏ। ଏହି ଦିନ ୧୮୭୧ ସାଲରେ ଏଣ୍ରେଉ ସ୍ମିଥ ହଲିଡି କେବଲ୍ କାର ଉଦ୍ଭାବନ ପାଇଁ ପେଟେଣ୍ଟ ଲାଭ କରିଥିଲେ। ବିଶ୍ୱାସ କରାଯାଏ ଯେ ହଲିଡି ଘୋଡାମାନଙ୍କୁ ସାନ ଫ୍ରାନ୍ସିସ୍କୋର ଶିଖର ପାହାଡ ଉପରକୁ କାର ଟାଣିବା ପାଇଁ ସଂଘର୍ଷ କରୁଥିବାର ଦେଖିଥିଲେ ଏବଂ ଲୋକଙ୍କର ତଳେ ପଡ଼ିବା ଓ ମୃତ୍ୟୁ ବରଣ କରିବା ଖବର ବିଷୟରେ ଚିନ୍ତିତ ଥିଲେ | ସେ ଏପରି ଏକ ସିଷ୍ଟମ ଉଦ୍ଭାବନ କରିବାକୁ ସ୍ଥିର କଲେ ଯେଉଁଠାରେ ଶକ୍ତିଶାଳୀ କେବୁଲ କାରଗୁଡ଼ିକୁ ପାହାଡ ଉପରକୁ ଟାଣି ନେଇ ଓହ୍ଲାଇବ | ଆଜି, ସାନ ଫ୍ରାନ୍ସିସ୍କୋ ହେଉଛି ଶେଷ ଆମେରିକୀୟ ସହର ଯାହାକି ଏପର୍ଯ୍ୟନ୍ତ କୈ।ଣସି ପ୍ରକୃତ କେବୁଲ୍ କାର୍ ଚଳାଇଥାଏ! ସାନ ଫ୍ରାନ୍ସିସ୍କୋରେ ଥିବା କେବୁଲ୍ କାର୍ ମ୍ୟୁଜିୟମ୍ ମଧ୍ୟ ଏକ ପର୍ଯ୍ୟଟନସ୍ଥଳୀ। ଅନ୍ୟ ଆମେରିକୀୟ ସହରଗୁଡ଼ିକରେ, ଆପଣ ଇଲେକ୍ଟ୍ରିକ୍ ଷ୍ଟ୍ରିଟ୍ କାର୍ ପାଇବେ। “ଜୀବନ ହେଉଛି ଏକ ଦୁଃସାହସିକ ଯାତ୍ରା, ତେଣୁ ଆସନ୍ତୁ ଆକାଶ ମାର୍ଗରୁ ଯାତ୍ରାକୁ ଉପଭୋଗ କରିବା – ଏକ କେବୁଲ କାରରେ!”

Related Articles

Leave a Reply

Your email address will not be published.

Back to top button