ଲୋହ୍ରି

“ଲୋହ୍ରି” ହେଉଛି ଏକ ଲୋକପ୍ରିୟ ପର୍ବ ଯାହାକି ଭାରତରେ ଶିଖ ଏବଂ ହିନ୍ଦୁମାନଙ୍କ ମଧ୍ୟରେ ବିଶେଷ ଭାବରେ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଏହି ପର୍ବ ପାଳନ କରାଯାଏ। ଡ୍ରିକ୍ ପଞ୍ଚାଙ୍ଗଙ୍କ ଅନୁଯାୟୀ, ଚଳିତ ବର୍ଷ ଲୋହରୀ ରବିବାର ଅର୍ଥାତ୍ ୧୪ ଜାନୁୟାରୀ ୨୦୨୪ରେ ଏବଂ ମକର ସଂକ୍ରାନ୍ତି ୧୫ ଜାନୁୟାରୀ ୨୦୨୪ ରେ ପାଳନ କରାଯିବ। ଲୋହ୍ରି, ଲୋହାଡି କିମ୍ବା ଲାଲ ଲୋ ନାମରେ ମଧ୍ୟ ଜଣାଶୁଣା ଏହି ଉତ୍ସବ ହେଉଛି ଅଗ୍ନି ଦେବତାଙ୍କ ନିକଟରେ ପ୍ରାର୍ଥନା କରିବା ଏବଂ ପରିବାର ଏବଂ ପ୍ରିୟଜନଙ୍କ ପାଇଁ ଆଶୀର୍ବାଦ ମାଗିବା। ଏହି ପର୍ବ ପାଳନ ଅମଳ ରୁତୁ ଆରମ୍ଭ ଏବଂ ଶୀତଦିନିଆ ଫସଲର ପାଚିବା ସମୟକୁ ସୂଚିତ କରେ। ଏହି ଉତ୍ସବକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ଦକ୍ଷିଣ ଭାରତୀୟ ରାଜ୍ୟରେ ଭୋଗୀ କୁହାଯାଏ। ଆସାମରେ ଏହାକୁ ଭୁଗାଲୀ ବିହୁ କୁହାଯାଏ। ଲୋହ୍ରି ଏବଂ ମକର ସଂକ୍ରାନ୍ତି ପରେ ଭାରତରେ ଦିନ ଅଧିକ ଦୀର୍ଘ ହେବାକୁ ଲାଗେ ଏବଂ ରାତି ଛୋଟ ହୋଇଆସେ, ଯେହେତୁ ପୃଥିବୀ ସୂର୍ଯ୍ୟଙ୍କ ନିକଟତର ହେବାକୁ ଲାଗେ। ସୂର୍ଯ୍ୟ ଦକ୍ଷିଣରେ ଥିବା ମକର କ୍ରାନ୍ତିରୁ ଉତ୍ତରରେ ଥିବା କର୍କଟ କ୍ରାନ୍ତି ଆଡକୁ ଗତି କରନ୍ତି, ଏହା ବସନ୍ତ ରୁତୁର ଆଗମନକୁ ସୂଚାଏ। ଆସନ୍ତୁ ଆମେ ଲୋହରୀକୁ ସ୍ବାଗତ କରିବା। ଲୋହରୀ ଆମକୁ ମନେ ପକାଇବାକୁ ଚାହେଁ ଯେ ଅନ୍ଧକାର ସମୟ ମଧ୍ୟରେ ମଧ୍ୟ ଆନନ୍ଦର ଆଲୋକ କ୍ରମାଗତ ଭାବରେ ପ୍ରକଟିତ ହୋଇଥାଏ।

Related Articles

Leave a Reply

Your email address will not be published.

Back to top button