ଅବକାରୀ ଦୁର୍ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ଚତୁର୍ଥ ସମନ, ଜାନୁଆରୀ ୧୮ରେ ଇଡି କରିବ ଜେରା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚତୁର୍ଥ ସମନ ଜାରି କରିଛି। ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଚତୁର୍ଥ ଥର ପାଇଁ ସମନ ଜାରି କରିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଜାନୁଆରୀ ୧୮ ତାରିଖରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରେ ହାଜର ହେବାକୁ କହିଛି। ଏବେ ଦେଖିବାକୁ ବାକି ରହିଲା ଯେ AAP ର ଜାତୀୟ ସଂଯୋଜକ ଚତୁର୍ଥ ଥର ପାଇଁ ଜେରାରେ ଯୋଗ ଦେଉଛନ୍ତି କି ନାହିଁ। ଏହାପୂର୍ବରୁ, ଦିଲ୍ଲୀ ଅବକାରୀ ନୀତି ମାମଲାରେନଭେମ୍ବର ୨ ତାରିଖ ୨୦୨୩, ଡିସେମ୍ବର ୨୧ ତାରିଖ ୨୦୨୩ ଏବଂ ଜାନୁୟାରୀ ୩ ତାରିଖ ୨୦୨୪ ରେ ପଚରାଉଚରା ପାଇଁ ଇଡି ଦିଲ୍ଲୀ ସିଏମଙ୍କୁ ଡାକିଥିଲା। କିନ୍ତୁ ତିନିଥର ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ। ପ୍ରତ୍ୟେକ ଥର ସେ ଏକ ଚିଠି ଜାରି କରି ଇଡିର ଡାକରାକୁ ବେଆଇନ ବୋଲି କହିଥିଲେ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କେଉଁ ଆଧାରରେ ଡାକିବାକୁ ଚାହୁଁଛନ୍ତି ଏହାର ଉତ୍ତର ମାଗିଥିଲେ।

Related Articles

Leave a Reply

Your email address will not be published.

Back to top button