ହାଇଦ୍ରାବାଦ ଷ୍ଟେସନରେ ଚାରମିନାର ଏକ୍ସପ୍ରେସ୍ ଲାଇନଚ୍ୟୁତ: ୬ ଯାତ୍ରୀ ଆହତ

ନୂଆଦିଲ୍ଲୀ : ଚେନ୍ନାଇ-ହାଇଦ୍ରାବାଦ ଚାରମିନାର ଏକ୍ସପ୍ରେସର ତିନୋଟି କୋଚ ଆଜି ସକାଳେ ହାଇଦ୍ରାବାଦ ଡେକାନ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି। ଯେଉଁଥିରେ ୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ଷ୍ଟେସନ ଚେନ୍ନାଇ-ହାଇଦ୍ରାବାଦ ଚାରମିନାର ଏକ୍ସପ୍ରେସ ଟ୍ରେନର ଶେଷ ଷ୍ଟେସନ ଥିଲା। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସଆରସି) ଅଧିକାରୀ କହିଛନ୍ତି ଯେ, ଯେତେବେଳେ ଟ୍ରେନ୍ ଷ୍ଟେସନରେ ପହଞ୍ଚିଲା ସେତେବେଳେ ଏହା ମନ୍ଥର ଗତିରେ ଗତି କରୁଥିଲା ଏବଂ ଏହା ଶେଷ ପଏଣ୍ଟର ଗାକୁ ଚାଲି ଯାଇଥିଲା। ଯାହାଦ୍ୱାରା ଏହାର ତିନୋଟି କୋଚ୍ ଏସ୨, ଏସ୩ ଏବଂ ଏସ୬ ଟ୍ରେନ ଲାଇନରୁ ଖସି ଯାଇଥିଲା। କୋଚ୍‌ଗୁଡ଼ିକ ଲାଇନରୁ ଖସିଯିବା ପରେ ଝଟକା ଯୋଗୁଁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଜଣେ ଏସଆରସି ଅଧିକାରୀ କହିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଚେନ୍ନାଇରୁ ଏହି ଟ୍ରେନ୍ ହାଇଦ୍ରାବାଦରେ ପହଞ୍ଚିଥିଲା। ଏହି ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button