ବିଜେଡିରୁ ଇସ୍ତଫା ଦେଲେ ବଳଭଦ୍ର ମାଝି

ଭୁବନେଶ୍ଵର: ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଆଜି ବିଜେଡି ରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ବଳଭଦ୍ର ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ଦଳ ଉପରେ ସେ ଅବହେଳା ଅଭିଯୋଗ ଆଣିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ବିଜେଡ଼ି ପ୍ରତିଷ୍ଠା ହେବା ଦିନଠାରୁ ବଳଭଦ୍ର ମାଝି ଦଳ ସହ ଥିଲେ। ସେ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ ଥର ବିଧାୟକ ରହିଛନ୍ତି। ଜନତା ଦଳରୁ ଥରେ ବିଧାୟକ ହୋଇଥିବାବେଳେ ବିଜେଡି ଟିକେଟରେ ସେ ୪ ଥର ବିଧାୟକ ହୋଇଥିଲେ। ତେବେ ୨୦୧୯ରେ ବଳଭଦ୍ରଙ୍କୁ ବିଜେଡ଼ି ଟିକେଟ ଦେଇନଥିଲା। ତାଙ୍କ ସ୍ଥାନରେ ଦଳ ବପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା। ସେହିଦିନ ଠାରୁ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା ବୋଲି କୁହାଯାଉଥିଲା।

Related Articles

Leave a Reply

Your email address will not be published.

Back to top button