ପ୍ରକାଶ ପାଇଲା ଓଡିଶାର ଚୁଡାନ୍ତ ଭୋଟର ତାଲିକା

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶାର ନୂଆ ଭୋଟର ତାଲିକା। ଏହି ତାଲିକା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଏଥର ଓଡିଶାରେ ମୋଟ ଭୋଟର ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦। ଗତ ବର୍ଷ ଅକ୍ଟୋବରରେ ଯେଉଁ ଡ୍ରାପ୍ଟ ତାଲିକା ପ୍ରକାଶ ପାଇଥିଲା ସେଥିରେ ଏହି ସଂଖ୍ୟା ଥିଲା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩। ଅର୍ଥାତ ଚୁଡାନ୍ତ ତାଲିକାରେ ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟ ଅଧିକ ଯୋଡି ହୋଇଛନ୍ତି। ସେହିପରି ଚଳିତ ବର୍ଷ ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟର ବାଦ ପଡିଛନ୍ତି। ତେବେ ସିଇଓ କାର୍ଯ୍ୟାଳୟର ଡାଟା ଅନୁସାରେ ଚଳିତ ବର୍ଷ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦। ଗତବର୍ଷ ଡ୍ରାଫ୍ଟ ତାଲିକାରେ ଏହି ତୃତୀୟ ଲିଙ୍ଗି ସଂଖ୍ୟା ଥିଲା ୩ ହଜାର ୪୦୬। ଅନ୍ୟପକ୍ଷରେ ଗତ ବର୍ଷ ଡ୍ରାଫ୍ଟ ତାଲିକାରେ ପୁରୁଷ ଭୋଟର ସଂଖ୍ୟା ଥିଲା ୧ କୋଟି ୬୬ ଲକ୍ଷ ୩୦ ହଜାର ୯୨୯ ଏବଂ ମହିଳା ଭୋଟର ସଂଖ୍ୟା ଥିଲା ୧ କୋଟି ୬୦ ଲକ୍ଷ ୨୦ ହଜାର ୮୭୮ । ଏହି ପରିସଂଖ୍ୟାନରୁ ଜଣାପଡିଛି ଯେ, ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ଡ୍ରାଫ୍ଟ ତାଲିକାଠାରୁ ଚୁଡାନ୍ତ ତାଲିକାରେ ବେଶ ବୃଦ୍ଧି ପାଇଛି। ହିସାବ ଅନୁସାରେ ଡ୍ରାଫ୍ଟ ତାଲିକାରେ ଯୁବ ଭୋଟର ସଂଖ୍ୟା ଥିଲା ୨୮୪୧୪୮। ତେବେ ଚୁଡାନ୍ତ ତାଲିକାରେ ଏହି ସଂଖ୍ୟା ୭୫୪୯୪୬। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ ଯୁବ ଭୋଟର ସଂଖ୍ୟା ୪୭୦୭୯୮ ଭୋଟର ବୃଦ୍ଧି ଘଟିଛି। ମୁଖ୍ୟତଃ ଯୁବ ଭୋଟରଙ୍କୁ ଯୋଡିବା ପାଇଁ ଯେଉଁ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା ସେଥିରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ତେବେ ଭିନ୍ନକ୍ଷମ ଭୋଟର ଡ୍ରାଫ୍ଟ ତାଲିକାରୁ ଚୁଡାନ୍ତ ତାଲିକାରେ ହ୍ରାସ ପାଇଛି। ପୂର୍ବରୁ ୪ ଲକ୍ଷ ୬୫ ହଜାର ୩୫୬ ଥିବା ବେଳେ ଚୁଡାନ୍ତ ତାଲିକାରେ ଏହି ସଂଖ୍ୟା ୪ ଲକ୍ଷ ୫୭ ହଜାର ୮୨୧ ରହିଛି। ସେହିପରି ରାଜ୍ୟରେ ବରିଷ୍ଠ ନାଗିରକ ସଂଖ୍ୟା ମଧ୍ୟ ୬ ଲକ୍ଷ ୮୫ ହଜାର ୦୪୮। ଡ୍ରାଫଟ ତାଲିକାରେ ଏହି ସଂଖ୍ୟା ଅଧିକ ରହିଥିଲା। ସେଥିରେ ବରିଷ୍ଠ ନାଗରିକ ସଂଖ୍ୟା ୭ ଲକ୍ଷ ୮୭ ହଜାର ୧୦୨ ଥିଲା।

Related Articles

Leave a Reply

Your email address will not be published.

Back to top button