୨୦୨୩ରେ ଦେଢ଼ ଲକ୍ଷ ମୁସଲମାନ ମହିଳା ତିନି ତଲାକ୍ ମାମଲାର ଶୀକାର

ନୂଆଦିଲ୍ଲୀ: ଦେଶରେ ତିନି ତଲାକକୁ ବେଆଇନ ଘୋଷଣା ହେବାର ୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ତଥାପି ଏହି ମାମଲା ବନ୍ଦ ହେବାର ନାଁ ନେଉ ନାହିଁ। ଆଇନ ମନ୍ତଣାଳୟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ୧ ଲକ୍ଷ ୫୭ ହଜାର ୭୨୫ ମୁସଲମାନ ମହିଳା ଏହାର ଶିକାର ହୋଇଛନ୍ତି। ଶୀକାର ହୋଇଥିବା ମହିଳା ଅଧିକାଂଶ ଗରିବ ପରିବାରରୁ ଅଛନ୍ତି । ୨୦୧୮ ସେପ୍ଟେମ୍ବର ୧୯ରେ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ତଲାକ୍ ନେଇ ୧୩.୦୭ ଲକ୍ଷ ଅଭିଯୋଗ ପଞ୍ଜୀକୃତ ହୋଇଛି। ୨୦୧୯ରେ ତିନି ତଲାକ୍ ନେଇ ୨.୬୯ ଲକ୍ଷ ଅଭିଯୋଗ ଆସିଥିଲା । ୨୦୨୦ରେ ଏହି ସଂଖ୍ୟା ୯୫ ହଜାରକୁ ଖସି ଆସିଥିଲା। କିନ୍ତୁ ୨୦୨୧ରେ ଏହା ୫.୪୧ ଲକ୍ଷ ଏବଂ ୨୦୨୨ରେ ସମୁଦାୟ ୨.୪୫ ଲକ୍ଷରେ ପହଞ୍ଚିଛି । ଏହା ହେଉଛି ଏପରି ମାମଲା ଯେଉଁଠାରେ ଆଇନ ସେବା ପ୍ରାଧିକରଣ ଦ୍ୱାରା ମହିଳାମାନଙ୍କୁ ଆଇନଗତ ସହାୟତା ଦିଆଯାଇଥିଲା। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଏସ୍ ଚୌହାନ କହିଛନ୍ତି ଯେ ମୁସଲମାନ ସମ୍ପ୍ରଦାୟର ବଡ଼ ବଡ଼ ଧାର୍ମିକ ନେତାମାନେ ତିନି ତଲାକ୍‌ ବିରୋଧରେ ସଚେତନତା ସୃଷ୍ଟି କରିବା ଉଚିତ । ଧାରା-୭ ଭଳି କଠୋର ବ୍ୟବସ୍ଥା ବିଷୟରେ କହିବା ଦରକାର। ଏଥିରେ ପୀଡ଼ିତା ମହିଳାଙ୍କ କଥା ନ ଶୁଣି ସ୍ୱାମୀଙ୍କ ଆଗୁଆ ଜାମିନ ଉପରେ ଶୁଣାଣି ହୋଇପାରିବ ନାହିଁ । ଏ କଥା କୁହାଗଲେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ ଏବଂ ସେମାନେ ନିୟମକୁ ପାଳନ କରିବେ ।

Related Articles

Leave a Reply

Your email address will not be published.

Back to top button