ଶୀତଦିନିଆ ଫେସ୍‌‌ ପ୍ୟାକ୍‌‌

ଶୀତଦିନେ ତ୍ବଚା ଓ କେଶର ଯତ୍ନ ଅଧିକ ନେବା ଜରୁରୀ ହୋଇଥାଏ। ଏଭଳି କେତେକ ଫେସ୍‌‌ ପ୍ୟାକ୍‌‌ ବିଷୟରେ ଜାଣନ୍ତୁ, ଯାହା ଶୀତଦିନେ ତ୍ୱଚା ପାଇଁ କୌଣସି ବରଦାନରୁ କମ୍‌‌ ନୁହେଁ..
ଥଣ୍ଡା ପରିବେଶ କାରଣରୁ ଆମ ତ୍ବଚାରେ ଭାଙ୍ଗ ପଡ଼ିବା, ରୁକ୍ଷ ଲାଗିବା ଇତ୍ୟାଦି ସମସ୍ୟା ଉପୁଜେ। ସପ୍ତାହରେ ୩-୪ଥର ଏସବୁ ପ୍ୟାକ୍ ତ୍ବଚାରେ ଲଗାଇପାରିବେ।
ମନ୍ଦାର ଫୁଲକୁ ଶୁଖାଇ ଗୁଣ୍ଡ କରି ଏୟାର-ଟାଇଟ୍ ଡବାରେ ଭର୍ତ୍ତି କରନ୍ତୁ। ଫ୍ରିଜ୍‌ରେ ରଖି ୧ ମାସ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିପାରିବେ।
ଏକ ଛୋଟ ପାତ୍ରରେ ୧ଚାମଚ ମନ୍ଦାର ଫୁଲ ଗୁଣ୍ଡ, ଅଧ ଚାମଚ ଘି-କୁଆଁରୀ ରସ, ଅଳ୍ପ ଦହି, ଅଧ ଚାମଚ ଚାଉଳ ଗୁଣ୍ଡ ମିଶାଇ ତ୍ବଚାରେ ପ୍ୟାକ୍ ଭଳି ଲଗାନ୍ତୁ। ୨୦ ମିନିଟ୍ ପରେ ତ୍ବଚାକୁ ଉଷୁମ ପାଣିରେ ଧୋଇନେବେ। ଏହା ତ୍ବଚା ପାଇଁ ଟାଇଟେନିଂ ମାସ୍କ ଭଳି କାମ କରେ।
୧୦-୧୫ଟି ଗୋଲାପ ପାଖୁଡ଼ାରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିନେବେ। ଏହି ପ୍ୟାକ୍‌ରେ ଶୁଦ୍ଧ ମହୁ, କଞ୍ଚା ଖିର ଓ ଚିମୁଟାଏ ହଳଦୀ ମିଶାଇ ମୁହଁ, ବେକ, ହାତ ଓ ପାଦରେ ଲଗାଇ ଶୁଖିବା ପରେ ସ୍ନାନ କରନ୍ତୁ। ଶୀତରେ ଏହି ପ୍ୟାକ୍ ତ୍ବଚାକୁ ମଏଶ୍ଚରାଇଜ୍ କରୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
ଗେଣ୍ଡୁ ଫୁଲକୁ ଭଲରେ ଧୋଇ ଏଥିରେ ଅଳ୍ପ କଞ୍ଚା ଖିର ମିଶାଇ ଭଲରେ ବାଟିନେବେ। ସେଥିରେ ଦହି, ଚନ୍ଦନଗୁଣ୍ଡ ୧ ଚାମଚ ମିଶାଇ ପ୍ୟାକ୍ କରି ତ୍ବଚାରେ ଲଗାନ୍ତୁ। ସନ୍-ଟ୍ୟାନ୍ ଦୂର କରିବା ସହ ଶୀତରେ ତ୍ବଚା ରୁକ୍ଷ ହେବାରୁ ଏଇ ପ୍ୟାକ୍ ରକ୍ଷା କରିଥାଏ।

Related Articles

Leave a Reply

Your email address will not be published.

Back to top button