ଆଲୋଚନାଚକ୍ର ’ମାଣବସା ଲକ୍ଷ୍ମୀ ପୁରାଣ ଏକ ସମୀକ୍ଷା’

ଜଟଣୀ(ଶୁଭେନ୍ଦ୍ର ଶତପଥୀ) : ଜଟଣୀ ନିକଟସ୍ଥ ବରପଦା ତାଳେଶ୍ୱର ମନ୍ଦିର ପରିସରରେ ଆମରିସତ୍ୟ ବିକାଶ ପରିଷଦ ଜଟଣୀ l ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀଙ୍କ ସଭା ପତିତ୍ବରେ’ମାଣବସା ଲକ୍ଷ୍ମୀ ପୁରାଣ-ଏକ ସମୀକ୍ଷା’ ପ୍ରସଙ୍ଗରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଡ଼.ଆରତି କର, ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ ପତିବ୍ରତା ନାରୀଙ୍କ ଲକ୍ଷଣ,ମାର୍ଗଶୀର ମାସର ମାହାତ୍ମ୍ୟ,ଓଡ଼ିଆ ଘରର ସଂସ୍କୃତି,ପରମ୍ପରା ସମ୍ବନ୍ଧରେ ବିଶଦ ଭାବରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ପଣ୍ଡିତ ରମାକାନ୍ତ ମିଶ୍ର ଲକ୍ଷ୍ମୀଙ୍କର ବାସସ୍ଥାନ, ସଦାଚାର, ଜାତିଗତ ଭେଦଭାବ ଦୂର କରିବା ପାଇଁ କିପରି ଦିଗ ଦର୍ଶନ ଲକ୍ଷ୍ମୀ ପୁରାଣରେ ରହିଛି ସେ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ l ଆମରି ସତ୍ୟ ପତ୍ରିକାର ପ୍ରତିଷ୍ଠାତା ଡ. ପ୍ରମୋଦ ଚନ୍ଦ୍ର ଦାଶ ଲକ୍ଷ୍ମୀ ପୁରାଣରେ ବଳରାମ ଦାସଙ୍କ ବର୍ଣ୍ଣିତ ସାମାଜିକ ମାର୍ଗ ଦର୍ଶନ, ଓ ଦେବ, ବିପ୍ର, ଅତିଥିମାନଙ୍କୁ କିପରି ସମ୍ମାନ ଦିଆଯାଏ ସେ ବିଷୟରେ ଆଲୋଚନା କରିଥିଲେ। ସଭାପତି ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ନାରୀ ସଶକ୍ତିକରଣ, ସାମାଜିକ ସଂସ୍କାର, ଓ ପରିବେଶ ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସମ୍ପାଦକ ଆଦିନାରାୟଣ ଖଣ୍ଡୁଆଳ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା କବିତା ପାଠ କାର୍ଯ୍ୟକ୍ରମରେ ସଭାପତି ଭାବରେ ପ୍ରମୋଦ କୁମାର ମହାନ୍ତି ଓ ସଂଯୋଜକଭାବରେ ରଶ୍ମିତା ନାୟକ,ପଦ୍ମଲୋଚନ ସାହୁ, କାର୍ଯ୍ୟ ସମ୍ପାଦନ କରିଥିଲେ।। ଉକ୍ତ କାର୍ଯ୍ୟକ୍ରମରେ ଅନନ୍ତ ଚରଣ ନାୟକଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମର୍ଜିତ ପଟ୍ଟନାୟକ, ବାସୁଦେବ ସାହୁ, କିଶୋର ଚନ୍ଦ୍ର ପାଇକରାୟ, ଜଗନ୍ନାଥ ନାୟକ, ଦାଶରଥି ପଟ୍ଟନାୟକ, ଆରତି ସେନ୍, ରଜନୀ ରଣସିଂହ, ସୁରେଶ ସ୍ବାଇଁ, ପ୍ରଭାସ ଚନ୍ଦ୍ର ମଙ୍ଗରାଜ, ସୌରଭ ଦାଶ , ହେମଲତା ସାହୁ ପ୍ରଭୃତି କବିତା ପାଠ କରିଥିଲେ। ପରିଶେଷରେ ବ୍ରଜବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Related Articles

Leave a Reply

Your email address will not be published.

Back to top button