କୋଭିଡ-୧୯ ମାମଲାରେ ବୃଦ୍ଧି ପରେ କେନ୍ଦ୍ର ସତର୍କ, ଜେଏନ.୧ ଭାରିଆଣ୍ଟକୁ ନେଇ ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: କୋଭିଡ-୧୯ ମାମଲାର ବୃଦ୍ଧି ଏବଂ ଭାରତରେ ଜେଏନ.୧ ଭାରିଆଣ୍ଟର ପ୍ରଥମ ମାମଲାର ଚିହ୍ନଟକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ କେନ୍ଦ୍ର ଏକ ମାର୍ଗଦର୍ଶିକା ଜାରି କରିଛି। କୋଭିଡ ପରିସ୍ଥିତିର ନିରନ୍ତର ମନିଟରିଂ ବଜାୟ ରଖିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟଗୁଡିକ ନିୟମିତ ଭାବରେ ଜିଲ୍ଲାୱାରୀ SARI ଏବଂ ILI ମାମଲା ରିପୋର୍ଟ ଏବଂ ତଦାରଖ କରିବାକୁ ପଡିବ। ବହୁ ସଂଖ୍ୟକ RT-PCR ପରୀକ୍ଷା ସହିତ ପର୍ଯ୍ୟାପ୍ତ ପରୀକ୍ଷଣ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଜେନୋମ ଶିକ୍ୱେସିଂ ପାଇଁ INSACOG ଲାବୋରେଟୋରୀକୁ ପଜିଟିଭ ନମୁନା ପଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଆଜି ଅପଡେଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ୨୬୦ ଟି ନୂଆ କରୋନା ଜୀବାଣୁ ପଞ୍ଜିକୃତ ହୋଇଥିବାବେଳେ ସକ୍ରିୟ ମାମଲା ୧,୮୨୮ କୁ ବୃଦ୍ଧି ପାଇଛି।  ଦେଶରେ କୋଭିଡ୍ ମାମଲା ସଂଖ୍ୟା ୪ କୋଟି୫୦ ଲକ୍ଷ ୫ ହଜାର ୭୬ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୪ ଲକ୍ଷ ୬୯ ହଜାର ୯୩୧ କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶରେ ୨୨୦.୬୭ କୋଟି ଡୋଜ କୋଭିଡ ଟିକା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button