ରାଉରକେଲା ଏନଆଇଟିରୁ ୭ ଛାତ୍ର ପଜିଟିଭ

ରାଉରକେଲା: ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।

ତାହା ହେଲା  ରାଉରକେଲା ଏନଆଇଟିରୁ ୭ ଜଣ ଛାତ୍ର  ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଉରକେଲା ଏଡିଏମ ଅବୋଲି ସୁନୀଲ ନରୱଣେ ସୂଚନା ଦେଇଛନ୍ତି ।  ତାଙ୍କ ସୂଚନା ଅନୁଯାୟୀ ସମସ୍ତ ପଜିଟିଭଙ୍କୁ ସ୍ୱତନ୍ତ୍ର ଆଇସୋଲେସନରେ ରଖାଯାଇଛି ।  ପଜିଟିଭଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଯୋଗାଇ ଦିଆଯାଇଛି ।  ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ସହଯୋଗ କରିବ ବୋଲି ଏଡିଏମ ଅବୋଲି ସୁନୀଲ ନରୱଣେ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button