ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହେଲା ‘ମିଗଜୋମ’

ଭୁବନେଶ୍ବର: ଶେଷରେ ବାତ୍ୟାରୁ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହେଲା ‘ମିଗଜୋମ’। ଏ ନେଇ ଆଜି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ସ୍ଥଳଭାଗ ସ୍ପର୍ଶ କରିବ। ଏହି ସମୟରେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗ ରହିବାର ସମ୍ଭାବନା ରହିଛି। ଗତକାଲି ରାତି ୨ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ମିଗଜୋମ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ଆଠ କିଲୋମିଟର ବେଗରେ ଅଗ୍ରସର ହେଉଛି। ଏହା ବର୍ତ୍ତମାନ ଚେନ୍ନାଇରୁ ୯୦ କିଲୋମିଟର ଦୂରରେ ରହିଥିବାର ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button