ଚଳିତ ବର୍ଷ ହୋଇପାରେ ଭାରତ-ପାକିସ୍ତାନ ଟେଣ୍ଟି-୨୦

ମୁମ୍ବାଇ: ସୀମାରେ ଅସ୍ତ୍ରବିରତି ଲାଗି ସହମତି ହେବା ପରେ ଚଳିତ ବର୍ଷ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଟେଣ୍ଟି-୨୦ ଶୃଙ୍ଖଳା ଖେଳାଯିବାର ଆଶା ସୃଷ୍ଟି କରିଛି । ଏଭଳି ଆଲୋଚନା ବି ପାକିସ୍ତାନ ଗଣମାଧ୍ୟମରେ ଗତ କିଛି ଦିନ ହେବ ଆରମ୍ଭ ହୋଇଯାଇଛି । ଏହି ଶୃଙ୍ଖଳା ଯଦି ସମ୍ଭବ ହୁଏ, ତାହା ହେଲେ ବିଶ୍ୱ କ୍ରିକେଟର ଏହି ଦୁଇ ଲୋକପ୍ରି ଦଳ ୮ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ କ୍ରିକେଟ ଶୃଙ୍ଖଳା ଖେଳିବେ । ଶେଷ ଥର ପାଇଁ ଭାରତ ଓ ପାକସ୍ତାନ ମଧ୍ୟରେ ୨୦୧୨-୧୩ ରେ ଏକ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳାଯାଇଥିଲା । ସେଥର ଭାରତ ଆସି ପାକିସ୍ତାନ ଦିନିକିଆ ସହ ଟେଣ୍ଟି-୨୦ ଶୃଙ୍ଖଳା ବି ଖେଳିଥିଲା । ପାକିସ୍ତାନର ଜଙ୍ଗ ଖବରକାଗଜ ଦେଇଥିବା ସୂଚନା ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଭାରତ ବିପକ୍ଷରେ ଟେଣ୍ଟି-୨୦ ଶୃଙ୍ଖଳା ଖେଳିବା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇ ସାରିଛି । ତେବେ ଭାରତ ଏଥିରେ କୌଣସି ପ୍ରତିଶ୍ରୁତି ଦେଇନଥିବା ସୂଚନା ମିଳିଛି । ସେପଟେ ବିଶ୍ୱକପ ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ବିସିସିଆଇ ପ୍ରସ୍ତୁତ ହେଉଥିବା

Related Articles

Leave a Reply

Your email address will not be published.

Back to top button