ବିଷାକ୍ତ ଫଳ ଖାଇ ୧୧ ନାବାଳକ ଅସୁସ୍ଥ

ଭୁବନେଶ୍ବର: ମାଲକାନଗିରି ବ୍ଲକ ଝରାପାଲି ପଞ୍ଚାୟତ ଅନ୍ତର୍ଗତ ତେଲିମେଟା ଗ୍ରାମରେ ବିଷାକ୍ତ ଫଳ ଖାଇ ୧୧ ଜଣ ନାବାଳକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସା କରାଯାଉଛି। ଗତକାଲି ସନ୍ଧ୍ୟାରେ ତେଲିମେଟା ଗ୍ରାମରେ ପିଲାମାନେ ଖେଳୁଥିବା ବେଳେ କୌଣସି ଗଛର ଫଳକୁ ଖାଇ ଦେଇଥିଲେ। ଏହାର କିଛି ସମୟ ପରେ ପିଲାମାନେ ଝାଡ଼ାବାନ୍ତି ହୋଇଥଲେ। ଜଣଙ୍କ ପରେ ଜଣେ ପିଲା ଅସୁସ୍ଥ ହୋଇଥିବା ବେଳେ ବିଷାକ୍ତ ଫଳ ଖାଇବାରୁ ଏଭଳି ଘଟଣା ଘଟିଥିବା ଜାଣିବାକୁ ପାଇଲେ। ରାତିରେ ପରିବାରବର୍ଗ ପିଲାମାନଙ୍କୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୧୧ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୭ ଜଣ ଝିଅ ଓ ୪ ଜଣ ପୁଅ ରହିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି।

Related Articles

Leave a Reply

Your email address will not be published.

Back to top button