ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ଆଜି ପ୍ରତ୍ୟୁଷ ୫.୩୦ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପାଲଟିଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବା ସହିତ ତୀବ୍ରତର ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ନଭେମ୍ବର ୩୦ ତାରିଖ ବେଳକୁ ଲଘୁଚାପ ପାଲଟିବାର ସମ୍ଭାବନା ଅଛି।  ତା’ପରେ ଏହି ଲଘୁଚାପ ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଆହୁରି ତୀବ୍ରତର ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ଓ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ ପାଲିଟିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ‘ସ୍କାଏମେଟ୍‌ ୱେଦର୍‌’ ପୂର୍ବାନୁମାନ କରିଛି ଯେ, ଏହି ଲଘୁଚାପ ତୀବ୍ରତର ହୋଇ ଡିସେମ୍ବର ୧ ତାରିଖ ବେଳକୁ ବାତ୍ୟା ପାଲଟିବ। ଚଳିତ ବର୍ଷ ବଙ୍ଗୋପସାଗରରେ ୪ର୍ଥ ବାତ୍ୟା ହେବାକୁ ଯାଉଥିବା ଏହି ବାତ୍ୟାର ନାଁ ‘ମିଚାଉଙ୍ଗ୍‌’ ରଖାଯିବ ବୋଲି ମିଆଁମାର୍‌ ପ୍ରସ୍ତାବ ଦେଇଛି।

Related Articles

Leave a Reply

Your email address will not be published.

Back to top button