ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦୁର୍ନୀତି ନିବାରଣ ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଲୋକସଭା ସଦସ୍ୟଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ମାମଲା ରୁଜୁ କରିଛି। ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମୋଇତ୍ରାଙ୍କ ବିରୋଧରେ ଲୋକପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଆର୍ଥିକ ଲାଭ ପାଇଁ ମୋଇତ୍ରା ଜାତୀୟ ନିରାପତ୍ତା ସହ ବୁଝାମଣା କରିଥିବା ମଧ୍ୟ ଦୁବେ ଅଭିଯୋଗ କରିଛନ୍ତି। ଲୋକସଭାର ନୈତିକତା କମିଟି ମଧ୍ୟ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଛି। ସିବିଆଇ ଏକ ପ୍ରାଥମିକ ତଦନ୍ତ ରୁଜୁ କରିଛି, ଯାହା କି ଅଭିଯୋଗର ପୂର୍ଣ୍ଣାଙ୍ଗ ତଦନ୍ତ ଯୋଗ୍ୟ କି ନାହିଁ ତାହା ଜାଣିବା ଦିଗରେ ପ୍ରଥମ ପଦକ୍ଷେପ। ପ୍ରାଥମିକ ତଦନ୍ତବେଳେ ପର୍ଯ୍ୟାପ୍ତ ପ୍ରାଥମିକ ପ୍ରମାଣ ମିଳିଲେ ସିବିଆଇ ଏହାକୁ ଏଫଆଇଆରରେ ପରିଣତ କରିପାରିବ। ଉପହାର ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଆଦାନି ଗ୍ରୁପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ପାଇଁ ମୈତ୍ର ଲୋକସଭାରେ ପ୍ରଶ୍ନ ପଚାରିଥିବା ଦୁବେ ଅଭିଯୋଗ କରିଥିଲେ। ମୋଇତ୍ରା କୌଣସି ଭୁଲକୁ ଅସ୍ୱୀକାର କରିଛନ୍ତି ଏବଂ ଦାବି କରିଛନ୍ତି ଯେ ସେ ଆଦାନୀ ଗ୍ରୁପର ଚୁକ୍ତି ଉପରେ ପ୍ରଶ୍ନ ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି।

Related Articles

Leave a Reply

Your email address will not be published.

Back to top button