୨ ଭାଇଙ୍କ ସଲିଳ ସମାଧି

ଯାଜପୁର : ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ହେବା ଭଳି ଏକ ଦୁଃଖଦ ଘଟଣା  ଘଟିଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚିନ୍ତାପଲ୍ଲୀ ନିକଟରେ ୨ ଭାଇ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।  ମୃତ ୨ ଭାଇଙ୍କ ବୟସ ୧୮ ଓ ୧୫ ବର୍ଷ ବୋଲି ଜଣାଯାଇଛି ।  ଆଜି ମଧ୍ୟାହ୍ନରେ ଦୁଇ ଭାଇ ଗାଧୋଇବାକୁ ଉକ୍ତ ନଦୀକୁ ଯାଇଥିଲେ । ଏହି ଅବସରରେ ଗୋଡ଼ ଖସିଯିବାରୁ ଉଭୟ ବୁଡ଼ି ଯାଇଥିଲେ ।  ନିକଟସ୍ଥ ଲୋକଙ୍କ ସମେତ ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।   ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Related Articles

Leave a Reply

Your email address will not be published.

Back to top button