ବାଦାମପାହାଡ-ଟାଟାନଗର ମେମୁ ଟ୍ରେନ୍‌‌ର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ବାଦାମପାହାଡ-ଟାଟାନଗର ମେମୁ ଟ୍ରେନ୍‌‌ର ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାରମ୍ଭ କରିଛନ୍ତି। ସମାରୋହରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ରହିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି। ରାଷ୍ଟ୍ରପତି ବାଦାମପାହାଡ଼ ଷ୍ଟେସନରୁ ୩ଟି ନୂତନ ଟ୍ରେନର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଶାଲିମାର – ବାଦାମପାହାଡ଼ ଏକ୍ସପ୍ରେସରେ ବାଦାମପାହାଡ଼ଠାରୁ ରାଇରଙ୍ଗପୁର ପର୍ୟ୍ୟନ୍ତ ଯାତ୍ରା କରିବା ସହ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଦ୍ରେୀପଦୀ ମୁର୍ମୁ ଆଜି ପାହାଡପୁରଠାରେ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବେ।

Related Articles

Leave a Reply

Your email address will not be published.

Back to top button