ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟରେ କେରଳ ସରକାର, ଉଭୟ କେନ୍ଦ୍ର ଓ ରାଜ୍ୟପାଳଙ୍କୁ ନୋଟିସ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ କେରଳ ସରକାରଙ୍କ ଆବେଦନ ଉପରେ କେନ୍ଦ୍ର ସରକାର ଏବଂ ରାଜ୍ୟପାଳଙ୍କ ସଚିବାଳୟକୁ ନୋଟିସ ଜାରି କରିଛନ୍ତି। ବାସ୍ତବରେ ବିଧାନସଭାରେ ପାରିତ ହୋଇଥିବା ବିଲ୍ କୁ ରାଜ୍ୟପାଳ ବିଚାରାଧୀନ ରଖିଥିବା କେରଳ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସରକାର କହିଛନ୍ତି ଯେ, ରାଜ୍ୟପାଳଙ୍କ ଆଠଟି ବିଲ୍ ଅନେକ ମାସ ହେଲା ବିଚାରାଧୀନ ଅଛି। ଏହି ବିଲଗୁଡ଼ିକ ମଧ୍ୟରୁ କେତେକ ବିଲ ସାତ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିକଟରେ ପଡିରହିଛି। ତେବେ ଏହି ମାମଲାରେ ଦେଶର ସର୍ବୋଚ୍ଚ ଅଦାଲତ ଆଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କୁ ମଧ୍ୟ ମତାମତ ଦେବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪ ତାରିଖ ଶୁକ୍ରବାର ଦିନ ହେବ। ଦେଶର ଅନେକ ରାଜ୍ୟରେ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ମାମଲା ଦେଖିବାକୁ ମିଳିଛି। ତାମିଲନାଡୁରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଛି, ଯେଉଁଠାରେ ରାଜ୍ୟପାଳ ଆର.ଏନ୍ ରବି ବିଲ୍ କୁ ତିନି ବର୍ଷ ବିଚାରାଧୀନ ରଖିଥିବା ଅଭିଯୋଗ ହୋଇଛି। ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ହୋଇଛି।

Related Articles

Leave a Reply

Your email address will not be published.

Back to top button