ଓଷ୍ଟାର ମେଧା ଅନ୍ୱେଷଣ ପରୀକ୍ଷା ୨୦୨୩

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ୨୦୧୦ ମସିହାଠାରୁ ରାଜ୍ୟରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା(OSSTA Talent Search Examination) ମାଧ୍ୟମରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ବୃତ୍ତି ପ୍ରଦାନ କରିଥାଏ। ସମଗ୍ର ଓଡ଼ିଶାରୁ ହଜାର ହଜାର ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେଇଥାନ୍ତି। ସୂଚନାଥାଉକି, ଓଷ୍ଟା ମେଧାବୃତ୍ତି ପରୀକ୍ଷା ପୂର୍ବରୁ ଅଫ୍‌ଲାଇନ୍ ମାଧ୍ୟମରେ କରାଯାଉଥିଲା। ୨୦୨୨ ମସିହା ଠାରୁ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ କରାଯାଉଅଛି। ଅଷ୍ଟମ ଶ୍ରେଣୀରେ ୬୦% ରୁ ଅଧିକ ନମ୍ବର ରଖି ପାଶ୍‌୍ କରି ନବମ ଶ୍ରେଣୀରେ ପାଠପଢ଼ୁଥିବା ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାର ସୁଯୋଗ ନେଇ ପାରିବେ।ossta.org.in ୱେବ୍‌ସାଇଟ୍‌କୁ ଯାଇ ପ୍ରଥମେ ପ୍ରଧାନଶିକ୍ଷକ ନିଜର ନାମ, ମେଲ୍ ଆଇଡ଼ି ଓ ମୋବାଇଲ୍ ନମ୍ବର ଦେଇ ରେଜିଷ୍ଟ୍ରେସନ୍ କରିବେ। ରେଜିଷ୍ଟ୍ରେସନ୍ ସମୟରେ ମେଲ୍ ଆଇଡ଼ିକୁ ପଠାଯାଇଥିବା ଓ.ଟି.ପି ଦ୍ୱାରା ଠରକ୍ସସଲଚ୍ଚ କରିବେ। ଏହା ପରେ ମେଲ୍ ଆଇଡ଼ିରେ ଯାଇଥିବା ପାସ୍‌ୱାଡ଼ଟିକୁ ନୋଟକରି ପୁର୍ନବାର ଲଗିନ୍ କରିବେ। ଲଗିନ୍ କଲାବେଳେ ନିଜର ମେଲ୍ ଆଇଡ଼ି ଏବଂ ପାସ୍‌ୱାଡ଼ ଦେବେ। ସେଥିରେ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବେ। ଚଳିତ ବର୍ଷ ଅନଲାଇନ୍ ରେଜିଷ୍ଟ୍ରେସନ୍‌ର ସମୟସୀମା ୧୫ ନଭେମ୍ବର ଥିବାବେଳେ ଏହାକୁ ତା୨୦.୧୧.୨୦୨୩ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲାରେ ୧୪୩ଟି ପରୀକ୍ଷା କେନ୍ଦ୍ର ସ୍ଥିରିକୃତ ହୋଇଛି। ପରୀକ୍ଷାର ଅବଧି ୨ଘଣ୍ଟା ରହିବ। ଏହି ପରୀକ୍ଷାରେ ବିଷୟବସ୍ତୁ ସ୍ୱରୂପ ମାନସିକ ଦକ୍ଷତା, ସାଧାରଣ ଜ୍ଞାନ, ଓଡ଼ିଆ ଭାଷା ସାହିତ୍ୟ, ଇଂରାଜୀ, ବିଜ୍ଞାନ, ଗଣିତ ଏବଂ ସାମାଜିକ ବିଜ୍ଞାନ ଏହିପରି ମୋଟ୍ ୧୦୦ ମାର୍କର ପରୀକ୍ଷା ହେବ। ପରୀକ୍ଷାକୁ ଓ.ଏମ୍‌.ଆର୍ (ଙଗଜ) ମାଧ୍ୟମରେ କରାଯିବ। ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ସମକକ୍ଷ କରାଇବାର ସଂକଳ୍ପ ନେଇ ଓଷ୍ଟା ସ୍ୱତନ୍ତ୍ର ଭାବରେ ଏହି ମେଧା ଅନ୍ୱେଷଣ ପରୀକ୍ଷା କରିବାକୁ ଯାଉଛି। ଉତ୍ତମ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥିଙ୍କ ମଧ୍ୟରୁ ବେଷ୍ଟ ୧୦୦ ବା ଶ୍ରେଷ୍ଠ ଶହେ ଜଣଙ୍କୁ ପ୍ରମାଣପତ୍ର ସହ ବୃତ୍ତିରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନଙ୍କର ମେଧା ଅନ୍ୱେଷଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବ୍ଲକ୍‌, ଜିଲ୍ଲା ଓ ରାଜ୍ୟ ସଂଗଠନର ସମସ୍ତ ନେତୃବୃନ୍ଦ ପୂର୍ଣ୍ଣ ସହଯୋଗ କରିବା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି, ସଂପାଦକ ପ୍ରଣବ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button