ତେଲେଙ୍ଗାନାରେ ପୁରୁଷ ମତଦାତାଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମତଦାତା ସୂଚୀରେ ଇତିହାସ ରଚିଛି ତେଲେଙ୍ଗାନା। ତେଲେଙ୍ଗାନା ଗଠନ ପରେ ପ୍ରଥମ ଥର ପାଇଁ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଚଳିତ ମାସ ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ନିର୍ବାଚନ ଆୟୋଗ ତେଲେଙ୍ଗାନାର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି। ଏହି ତାଲିକାକୁ ଦେଖିଲେ ଜଣାପଡୁଛି ଯେ ଭୋଟର ଲିଙ୍ଗ ଅନୁପାତ ୧୦.୨କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରୀରେ ଲିଙ୍ଗ ଅନୁପାତ ୯୯୨ ଥିବାବେଳେ ଗତ ମାସରେ ଏହା ୯୯୮କୁ ବୃଦ୍ଧି ପାଇ ଏବେ ୧୦୦୦.୨ରେ ପହଞ୍ଚିଛି। ଅକ୍ଟୋବର ୩୧ ତାରିଖ ସୁଦ୍ଧା ମିଳିଥିବା ବିବରଣୀରେ ସଂଶୋଧନ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି।

ପୁରୁଷଙ୍କ ତୁଳନାରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ

ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ତେଲେଙ୍ଗାନାରେ ସମୁଦାୟ ୩,୨୬,୧୮,୨୦୫ ଜଣ ମତଦାତା ଅଛନ୍ତି। ଏମାନଙ୍କ ମଧ୍ୟରେ ୧ କୋଟି ୬୨ ଲକ୍ଷ ୯୮ ହଜାର ୪୧୮ ଜଣ ପୁରୁଷ ଓ ୧ କୋଟି ୬୩ ଲକ୍ଷ ୧ ହଜାର ୭୦୫ ଜଣ ମହିଳା ମତଦାତା ରହିଛନ୍ତି। ତେଲେଙ୍ଗାନାରେ ତୃତୀୟ ଲିଙ୍ଗର ୨୬୭୬ ଜଣ ମତଦାତା ପଞ୍ଜୀକୃତ ହୋଇଛନ୍ତି।

Related Articles

Leave a Reply

Your email address will not be published.

Back to top button