ଜଳିଗଲା ବାଣ ଦୋକାନ

ଭୁବନେଶ୍ବର: ପାରାଦୀପର ଲକ୍ ଥାନା ଅଞ୍ଚଳରେ ଆଜି ଭୋରରେ ଜଳି ଯାଇଛି ଏକ ବାଣ ଦୋକାନ। ପାରାଦୀପ ଉପକଣ୍ଠ ନୂଆଗଡ଼ ଛକରେ ଖୋଲିଥିବା ଏହି ଅସ୍ଥାୟୀ ବାଣ ଦୋକାନରେ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ବାଣ ଜଳି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ବାଣ ଦୋକାନରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଏହାକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁ ସଂସ୍ପର୍ଶରେ ଆସି ବାଣଗୁଡ଼ିକ ଫୁଟିବା ଆରମ୍ଭ କରିବାରୁ ନିଆଁ ଲିଭାଇବା ସମ୍ଭବ ହୋଇନଥିଲା। ସବୁ ବାଣ ଜଳି ଯିବା ପରେ ନିଆଁ ଲିଭିଥିଲା ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published.

Back to top button