ଆଜି ବିରାଟ କୋହଲିଙ୍କ ଜନ୍ମଦିନ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର : ଆଧୁନିକ ଯୁଗର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଆଜି 35 ବର୍ଷ ପୁରଣ ହୋଇଛି। ସେ 5 ନଭେମ୍ବର 1988 ମସିହାରେ ଜନ୍ମଗ୍ରହଣ କରିଥିଲେ। କୋହଲିଙ୍କୁ ଏଥର ଜନ୍ମଦିନର ଢେର କିଛି ଶୁଭେଚ୍ଛା ମିଳିବ। କାରଣ ବର୍ତ୍ତମାନ ଚାଲିଛି ବିଶ୍ବକପ। ତାହା ଭାରତ ହାସଲ କରିବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ଆଜି ତାଙ୍କୁ ବିଭିନ୍ନ ମହଲରୁ ବହୁ ଶୁଭେଚ୍ଛା ମିଳିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଦ ପଡି ନାହାଁନ୍ତି। ସେ ପୁରୀ ବେଳାଭୂମିରେ ନିଜ ବାଲୁକା କଳାରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ବାଲୁକାର ବହୁ କ୍ରିକେଟ ବ୍ୟାଟ କରି ତା ସାମନାରେ ବିରାଟଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି। ଯାହା ପୁରୀ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।

Related Articles

Leave a Reply

Your email address will not be published.

Back to top button