ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା !

ଭୁବନେଶ୍ବର: ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ପାଇଁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଶୁକ୍ରବାର ଖବର ମିଳିଛି। ପ୍ରିନ୍ସିପାଲ ମୋବାଇଲ ନେଇଯିବାରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ସ୍କୁଲ ପରିସର ଏକ ଗଛରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଗଜପତି ଜିଲାର ଦଶମ ଶ୍ରେଣୀର ଛାତ୍ର ହୋଇଥିବା ନେଇ ସୂଚନା ମିଳିଛି। ୬ଷ୍ଠ ଶ୍ରେଣୀରୁ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ। ଗତକାଲି ରାତିରେ ଛାତ୍ରର ମୋବାଇଲ ପ୍ରିନ୍ସିପାଲ ନେଇଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button