ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ

ଭୁବନେଶ୍ୱର : ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ହେବ ଓ୍ବାଇଫାଇ ଯୁକ୍ତ ।  ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ । ଯାହାକି ଛାତ୍ରଛାତ୍ରୀଙ୍କୁ ପାଠପଢିବାରେ ସୁବିଧା ଯୋଗାଇବ  । ପିଲାଙ୍କ ଶିକ୍ଷାଆହରଣରେ ସୁବିଧାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତି ନେଇଛି  । ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ ଲାଇନରେ ରହିଛି । ମାଗଣା ଓ୍ବାଇଫାଇ ସୁବିଧା ଦ୍ବାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ । ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିପାରିବ। ଏଥିପାଇଁ କ୍ୟାମ୍ପସ ରେ ଓ୍ବାଇଫାଇ ନେଟଓ୍ବର୍କ ଇନଷ୍ଟଲ କରିବା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ  ।

Related Articles

Leave a Reply

Your email address will not be published.

Back to top button