ରିଜର୍ଭ ବ୍ୟାଙ୍କ କାର୍ୟ୍ୟାଳୟ ସାମ୍ନାରେ ଇଡି

ଭୁବନେଶ୍ବର: ୨ ହଜାର ଟଙ୍କା ନୋଟ ବଦଳାଇବାକୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ କାର୍ୟ୍ୟାଳୟ ସାମ୍ନାରେ ଭିଡ଼ ଲାଗିବା ପରେ ଏବେ ଏହାକୁ ନେଇ ତନାଘନା ଆରମ୍ଭ କରିଛି ଇଓଡବ୍ଲୁ ଓ ଇଡି। ଟଙ୍କା ବଦଳାଇବାକୁ କିଛି ଦଲାଲ ଦିନ ମଜୁରିଆଙ୍କୁ ଛିଡ଼ା କରାଉଥିବାର ଖବର ସାମ୍ନାକୁ ଆସିବା ପରେ ଇଓଡବ୍ଲୁ ଟଙ୍କା ବଦଳାଇବାକୁ ଆରବିଆଇ ସାମ୍ନାରେ ଛିଡ଼ା ହୋଇଥିବା ଲୋକଙ୍କୁ ପଚରାଉଚରା ଆରମ୍ଭ କରିଥିଲା। ଟଙ୍କା କାହାର, କେଉଁଠୁ ଆସିଲା, ଏତେ ଦିନ ହେବ କାହିଁକି ଟଙ୍କା ବଦଳାଇନଥିଲେ, ଏ ଟଙ୍କା ବଦଳାଇବାକୁ ଅନ୍ୟ କେହି ଦେଇଛନ୍ତି କି? ଟଙ୍କା ବଦଳାଇବାକୁ କିଛି ପାରିଶ୍ରମିକ ମିଳୁଛି ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କୁ ପଚାରିବା ସହ ସେମାନଙ୍କର ଫଟୋ ଉଠାଇଥିଲେ ଇଓଡବ୍ଲୁର ୨ ଜଣିଆ ଟିମ୍। ସନ୍ଦେହ ହେଉଥିବା ବ୍ୟକ୍ତିଙ୍କ ନାଁ ଓ ଠିକଣା ମଧ୍ୟ ଇଓଡବ୍ଲୁ ସଂଗ୍ରହ କରୁଥିଲା। ସେମାନଙ୍କର ଆଧାରକାର୍ଡ ନମ୍ବହ ସହ ଫଟୋ ଉଠାଇ ନେଉଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ କିଛି ଲୋକଙ୍କୁ ଇଓଡବ୍ଲୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି। ଏଣେ ଏହି ଘଟଣାରେ ଇଡି ମଧ୍ୟ ସକ୍ରିୟ ହୋଇଉଠିଛି। ମଜୁରି ନେଇ ନୋଟ ବଦଳାଇବା କଥା ପ୍ରଚାରିତ ହେବା ପରେ ଇଡି ଟିମ୍ ମଧ୍ୟ ଆରବିଆଇସାମ୍ନରେ ପହଞ୍ଚିଥିଲେ। ସେମାନେ ମଧ୍ୟ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।

Related Articles

Leave a Reply

Your email address will not be published.

Back to top button