ବିଶ୍ୱକପ୍‌ ଇତିହାସରେ ସବୁଠୁ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ବିଶ୍ୱକପ ୨୦୨୩ର ୨୪ତମ ମ୍ୟାଚରେ ଅଷ୍ଟ୍ରେଲିଆ ନେଦରଲାଣ୍ଡକୁ ୩୦୯ ରନ୍‌ରେ ପରାସ୍ତ କରିଛି। ବୁଧବାର ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଏକପାଖିଆ ବିଜୟ ହାସଲ କରିଛି। ଦିନିକିଆ ବିଶ୍ୱକପ ଇତିହାସରେ ରନ ଦୃଷ୍ଟିରୁ ଏହା ସବୁଠାରୁ ବଡ ବିଜୟ। ଏହାପୂର୍ବରୁ ଦିନିକିଆରେ ସବୁଠୁ ବଡ଼ ବିଜୟ ଭାରତ ନାମରେ ଅଛି। ୨୦୨୩ରେ ଭାରତ ଶ୍ରୀଲଙ୍କାକୁ ୩୧୭ ରନ୍‌ରେ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ଙ୍କ ପରେ ବୋଲରମାନେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଅଷ୍ଟ୍ରେଲିଆ ୩୦୯ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି। ଦଳ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ୩୯୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନେଦରଲାଣ୍ଡ ଦଳ ୯୦ ରନ ସ୍କୋରରେ ଅଲଆଉଟ୍‌ ହୋଇଯାଇଥିଲା।

Related Articles

Leave a Reply

Your email address will not be published.

Back to top button