ପ୍ରଧାନମନ୍ତ୍ରୀ ସ୍ୱନିଧିର ପରିବର୍ତ୍ତନକାରୀ ପ୍ରଭାବକୁ ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ପ୍ରଧାନମନ୍ତ୍ରୀ ସ୍ୱନିଧି କାର୍ଯ୍ୟକ୍ରମ ଦ୍ୱାରା ପଡିଥିବା ସକରାତ୍ମକ ପ୍ରଭାବର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରେ। ଏସବିଆଇର ଗ୍ରୁପ୍ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟ କାନ୍ତି ଘୋଷଙ୍କ ଦ୍ୱାରା କରାଯାଇଥିବା ଗବେଷଣାରେ ଏହି ଯୋଜନାର ସାମଗ୍ରିକ ପ୍ରକୃତି ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଏହା କିପରି ଆର୍ଥିକ ସଶକ୍ତୀକରଣର କାରଣ ହୋଇଛି ତାହା ଉପରେ ଆଲୋକପାତ କରିଛି। ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରି କହିଛନ୍ତି ଯେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସୌମ୍ୟ କାନ୍ତି ଘୋଷଙ୍କ ଏହି ଗଭୀର ଗବେଷଣା ପ୍ରଧାନମନ୍ତ୍ରୀ ସ୍ୱନିଧିର ପରିବର୍ତ୍ତନଶୀଳ ପ୍ରଭାବର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି। ଏଥିରେ ଏହି ଯୋଜନାର ସାମଗ୍ରିକ ପ୍ରକୃତିକୁ ଉଲ୍ଲେଖ କରାଯାଇଛି ଏବଂ ଏହା କିପରି ଆର୍ଥିକ ସଶକ୍ତୀକରଣର କାରଣ ହୋଇଛି ତାହା ଉପରେ ଆଲୋକପାତ କରାଯାଇଛି।

Related Articles

Leave a Reply

Your email address will not be published.

Back to top button