ଏଣିକି କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଟେଷ୍ଟ

ଭୁବନେଶ୍ୱର: ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି । ରାଜ୍ୟ ରାଜକୋଷରୁ ଅଯଥା ଖର୍ଚ୍ଚ ବି ହେବନି । କାରଣ ଏଣିକି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସି ଟେଷ୍ଟ କରାଯାଇପାରିବ । କ୍ୟାପିଟାଲ ହସ୍ପିଟାଲର ଓଟିରେ ନାର୍କୋ ପରୀକ୍ଷା କରାଯିବ ।  କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ  ଆସନ୍ତା ମାସରୁ ଟେଷ୍ଟ ହୋଇପାରିବ । ଏନେଇ ଦରକାର ପଡ଼ୁଥିବା ସମସ୍ତ ଉପକରଣ ଆସିସାରିଛି । ମାନସିକ ରୋଗ ବିଶେଷଜ୍ଞ ବି ଏନେଇ ଆଜି ଟ୍ରେନିଂ ପାଇଁ ଯାଇଛନ୍ତି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ତେବେ ଓଡ଼ିଶାରେ ନାର୍କୋ ଟେଷ୍ଟ ହେବା ପରେ ତଦନ୍ତ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button