ଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଲା ଓଡିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଭୁବନେଶ୍ୱର:  ଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଲା ଓଡିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଏହି ସିନମୋ । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ ଅନୁପମ୍ ପଟ୍ଟନାୟକ । ଆଉ ଏହି ସମ୍ମାନ ହାତେଇବା ପରେ ପୁରା ପ୍ରତୀକ୍ଷା ଟିମ୍ ଭିତରେ ଦେଖିବାକୁ ମିଳିଛି ଖୁସିର ଝଲକ । ୨୦୨୨, ଡିସେମ୍ବର ମାସରେ ସିନେମାଟି ପରଦାକୁ ଆସିଥିଲା । ଓଡିଆ ଦର୍ଶକଙ୍କ ପସନ୍ଦ ପାଲଟିଥିଲା, ବାପା-ପୁଅଙ୍କ ସଂପର୍କକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ପ୍ରତୀକ୍ଷା । ଫିଲ୍ମରେ ମୁଖ୍ୟ ଭୂମିକାରେ ଦ୍ୱିପାନ୍ୱିତ ଓ ବର୍ଷାଙ୍କ ଆକର୍ଷଣୀୟ ଅଭିନୟ ଦେଖଣାହାରୀଙ୍କ ମନକୁ ଛୁଇଁଯାଇଥିଲା । ଗୌରହରୀ ଦାସଙ୍କ ଗଳ୍ପ ‘ବାପା’ର କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରତୀକ୍ଷାର କାହାଣୀ ଗତିଶୀଳ ହୋଇଛି ।

Related Articles

Leave a Reply

Your email address will not be published.

Back to top button