ରାହୁଲ ଗାନ୍ଧୀଙ୍କ ଅଭିଯୋଗ: ଆଦାନୀଙ୍କ ଯୋଗୁଁ ବିଦ୍ୟୁତ୍ ମହଙ୍ଗା ହୋଇଛି, ଠକିଛନ୍ତି ୩୨ ହଜାର କୋଟି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ, ଆଦାନୀ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଆଦାନୀଙ୍କ କାରଣରୁ ବିଦ୍ୟୁତ୍ ମହଙ୍ଗା ହୋଇଛି। ଆଦାନୀ ଜୀ ଇଣ୍ଡୋନେସିଆରେ କୋଇଲା କିଣୁଛନ୍ତି ଏବଂ ଭାରତରେ ଏହାର ହାର ଦ୍ୱିଗୁଣିତ ହୋଇଛି। ସେ କୋଇଲା ମୂଲ୍ୟକୁ ଭୁଲ ଭାବରେ ଦର୍ଶାଇଛନ୍ତି।” ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଲୋକମାନେ ବିଦ୍ୟୁତ୍ ଅନ୍ କରିବା ମାତ୍ରେ ଆଦାନୀଙ୍କ ପକେଟକୁ ଟଙ୍କା ଯାଇଥାଏ। ଆଦାନୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ବିଶ୍ଵର ଅନ୍ୟ ଦେଶରେ ଅନୁସନ୍ଧାନ ଚାଲିଛି, କିନ୍ତୁ ଭାରତରେ ଆଦାନୀଙ୍କୁ ଖାଲି ଚେକ୍ ଦିଆଯାଇଛି। ସେ ଯାହା ଚାହିଁବେ, ତାହା କରିପାରିବେ। ଲୋକମାନେ ୩୨ ହଜାର କୋଟି ଟଙ୍କା ମନେ ରଖନ୍ତୁ। ଆଦାନୀଙ୍କୁ ପ୍ରଧାନମନ୍ତ୍ରୀ କାହିଁକି ତଦନ୍ତ କରୁନାହାଁନ୍ତି? ” ଆଦାନୀଙ୍କ ସହ ଶରଦ ପାୱାରଙ୍କ ଘନିଷ୍ଠତା ବିଷୟ ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଶରଦ ପାୱାର ଦେଶର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଆଦାନୀଙ୍କୁ ସୁରକ୍ଷା ଦେଉ ନାହାଁନ୍ତି। ସେଥିପାଇଁ ମୁଁ ଆଦାନୀଙ୍କ ବିଷୟରେ ଶରଦ ପାୱାରଙ୍କୁ ପ୍ରଶ୍ନ ପଚାରୁ ନାହିଁ।”

Related Articles

Leave a Reply

Your email address will not be published.

Back to top button